ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ବ୍ଲକ ଅନ୍ତର୍ଗତ ଇଟାମାଟି ଗାଁ ର ପଞ୍ଚାୟତ ସାହି ର ଅବସର ପ୍ରାପ୍ତ ଶିକ୍ଷକ ଉଦ୍ଧବ ଦାଶ (୬୯)ଙ୍କ ର ପରଲୋକ ହେଇଯାଇଚି | ସେ କିଛି ଦିନ ହେବ ଭୁବନେଶ୍ୱର ଘରୋଇ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ | ତାଙ୍କର ସ୍ୱର୍ଗଦ୍ୱାର ରେ ତାଙ୍କ ଅନ୍ତିମ ସସ୍କାର କରାଯାଇଥିବା ବେଳେ ତାଙ୍କ ର ଜେଷ୍ଟ ପୁତ୍ର ପୂର୍ଣ୍ଣଚନ୍ଦ୍ର ଦାଶ ମୁଖାଗ୍ନି ଦେଇଥିଲେ ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ଗାଁ ରେ ପରିଚିତ ଥିଲେ | ସାର ଙ୍କ ପରଲୋକ ରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଚି ତାଙ୍କ ମୃତ୍ୟୁ ଖବର ଶୁଣି ବହୁ ଶିକ୍ଷକ ସମାଜସେବୀ ବରିଷ୍ଠ ନାଗରିକ ତାଙ୍କ ବାସଭବନ ରେ ପହଞ୍ଚି ତାଙ୍କ ପରିବାର କୁ ଶାନ୍ତନା ଦେଇ ଥିଲେ ଅବସର ପ୍ରାପ୍ତ ଶିକ୍ଷକ ରାଜକିଶୋର ନାୟକ, ପ୍ରକାଶ ପଟ୍ଟନାୟକ, ପ୍ରଦୀପ୍ତ କୁମାର ସାହୁ, ବୈକୁଣ୍ଠ ନାଥ ସାହୁ, ଶ୍ୟାମ ସୁନ୍ଦର ପାତ୍ର, ପ୍ରସନ୍ନ କୁମାର ଦାଶ, ପ୍ରମୋଦ କୁମାର ମହାପାତ୍ର, ଓ ବିଶ୍ୱନାଥ ମହାପାତ୍ର (ବ୍ୟବସାୟୀ )ଓ ସମାଜ ସେବୀ ଭାଗିରଥି ବାଇ ସାର ଙ୍କ ମୃତ୍ୟୁ ରେ ଶୋକପ୍ରକାଶ କରିଛନ୍ତି |





