ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଡିଆରଡିଏ ସୃଜନ ସଭା ଗୃହରେ ନୟାଗଡ଼ ଡାକ ମଣ୍ଡଳ ତରଫରୁ ଏକ ଡାକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ରେ ଭାରତୀୟ ଡାକ ବିଭାଗର ସଚିବ ଶ୍ରୀ ପ୍ରଦୀପ୍ତ କୁମାର ବିଷୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ,ମୁଖ୍ୟ ମହା ଡାକପାଳ ଓଡିଶା ମଣ୍ଡଳ କର୍ନେଲ ଶ୍ରୀ ଜଳେଶ୍ଵର କହଁର, ଡାକ ନିର୍ଦେଶକ (ମୁଖ୍ୟାଳୟ ଓଡିଶା ଡାକ ମଣ୍ଡଳ) ଶ୍ରୀ ଆଦିତ୍ୟ କୁମାର ନାୟକ, ନୟାଗଡ ଡାକ ମଣ୍ଡଳ ର ଅଧୀକ୍ଷକ ଶ୍ରୀ ଗଜେନ୍ଦ୍ର ପ୍ରସାଦ କର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ବିଷୋଇ କରୋନା ମହାମାରୀ ସମୟରେ ଡାକ ବିଭାଗର ନିସ୍ଵର୍ଥ୍ବାପର ଅବଦାନର ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଉନ୍ନତମାନର ଡାକସେବା ପ୍ରଦାନ ନିମନ୍ତେ ଆହ୍ଵାନ ଦେଇଥିଲେ । ପ୍ରକାଶ ଥାଉ କି ଶ୍ରୀ ବିଷୋଇ ନୟାଗଡ ମାଟିର ସନ୍ତାନ ଅଟନ୍ତି । ନୂତନ କରି ଗଠନ କରାଯାଇଥିବା ନୟାଗଡ଼ ଡାକ ମଣ୍ଡଳ ପଛରେ ତାଙ୍କର ଗୁରୁତ୍ଵପୂର୍ଣ ଅବଦାନ ରହିଛି । ନୟାଗଡ ଡାକ ମଣ୍ଡଳ ତରଫରୁ ଶ୍ରୀ କବିରାଜ ନାୟକ ସଭା କାର୍ୟ୍ୟ ପରିଚାଳନା କରିଥିଲେ । ଏହି ସମ୍ମିଳନୀ ରେ ବିଭିନ କ୍ଷେତ୍ର ରେ ଉତକର୍ଷତା ପ୍ରଦାନ କରିଥିବା ବିଭାଗୀୟ ଏବଂ ଗ୍ରାମୀଣ ଡାକ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବାଲିପାଟଣା ,ମାନପୁର ,ଗୋବର୍ଦ୍ଧନ ପ୍ରସାଦ ,ବିଞ୍ଝଗିରି ,କଲ୍ୟାଣପୁର ,ଆଡିପଡା ,ବିନୋଦପଡା ,କୁଞ୍ଜବନପ୍ରସାଦ, ବନମାଳୀପୁର ପାଟଣା ,ଜନ୍ହିପଦା ,ହରିହରପୁର ଏବଂ ଚମ୍ପତିପୁର ଗ୍ରାମ ଗୁଡିକୁ ସମ୍ପୂର୍ଣ ସୁକନ୍ୟା ଗ୍ରାମ ରୂପେ ଘୋଷଣା କରାଯିବା ସହିତ ଉକ୍ତ ଗ୍ରାମର ଶାଖା ଡାକପାଳ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ନାନିତ କରଯାଇଥିଲା





