Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେଲେ

by ସଞ୍ଜୟ ସ୍ୱାଇଁ
January 22, 2025
in Crime, Nayagarh, State
ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେଲେ
759
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ପିଟି ପିଟି ଜୀବନରେ ମାରି ଦେଇଥିବା ତାଙ୍କ ଭଉଣୀ ଶରଣକୁଳ ଥାନାରେ ଅଭିଯୋଗ କରିଛନ୍ତି। ଆଜି ଗାଁର ଶତାଧିକ ବ୍ୟକ୍ତି ଶରଣକୁଳ ଥାନା ଆଗରେ ଶବ ରଖି ରାସ୍ତା ଅବରୋଧ କରିବା ସହିତ ଦୋଷୀମାନଙ୍କୁ ଧରିବାକୁ ଅଡ଼ି ବସିଥିଲେ। ପୁଲିସ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଛି। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଶରଣକୁଳ ଥାନା ଚଡ଼େୟାପଲ୍ଲୀ ଗ୍ରାମକୁ ତାରିଣୀ ଯାତ୍ରା ଦେଖିବା ଲାଗି ପଞ୍ଚିରିଡ଼ା ମାନପୁର ଗ୍ରାମର ବାଳି ବାଘଙ୍କ ପୁଅ ପରମାନନ୍ଦ ବାଘ (୨୮) ଓ ଭଉଣୀ ସୀତା ବାଘ ଯାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚଡ଼େୟାପଲ୍ଲୀ ଗ୍ରାମର ୧୦ରୁ ୧୫ ଜଣ ଯୁବକ ପରମାନନ୍ଦଙ୍କୁ ଟାର୍ଗେଟ୍ କରି ମେଳି ବାନ୍ଧିଥିଲେ ଏବଂ ତାଙ୍କୁ ବିଧା, ଗୋଇଠା ମାରିଥିଲେ। ତାଙ୍କୁ ତଳେ ପକାଇ ଚାଲି ଯାଇଥିଲେ। ଆକ୍ରମଣକାରୀ ସେଠାରୁ ଚାଲିଯିବା ପରେ ଭଉଣୀ ଅନ୍ୟମାନଙ୍କ ସହାୟତାରେ ଭାଇକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘରକୁ ଆଣିଥିଲେ। ତାଙ୍କୁ ପ୍ରଥମେ ଶରଣକୁଳ ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଆଜି ପଞ୍ଚିରିଡ଼ା ମାନପୁର ଗ୍ରାମର ଶତାଧିକ ଲୋକ ଶରଣକୁଳ ଥାନା ଆଗରେ ଶବ ରଖି ରାସ୍ତା ଅବରୋଧ କରିବା ସହ ତୁରନ୍ତ ହତ୍ୟାକାରୀମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ସୀତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି। ଏଥିରେ ଚଡ଼େୟାପଲ୍ଲୀ ଗ୍ରାମର ବବୁଲ ବିଶ୍ବାଳ, ସୋନୁ ନିଗମ ବିଶ୍ବାଳ, ପପୁ ମନ୍ତ୍ରୀ, ପ୍ରଦୀପ ପ୍ରଧାନ, ଦିପୁ ବିଶ୍ବାଳ, ଲିପୁ ବିଶ୍ବାଳ ଓ ଅନେକ ଯୁବକ ସାମିଲ୍ ଥିବା ଦର୍ଶାଯାଇଛି। ଗାଁ ଲୋକେ ଶବ ରଖି ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ରାଜରାସ୍ତା ଉପରେ ବସିବା ପରେ ଏସ୍‌ଡିପିଓ ହେମନ୍ତ କୁମାର ରାଓ, ଶରଣକୁଳ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସ୍ବାଇଁ ଓ ଓଡ଼ଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ଲୋକଙ୍କୁ ବୁଝାସୁଝା କରି ୨ଦିନ ମଧ୍ୟରେ ସମସ୍ତଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାସହିତ ରେଡ୍‌କ୍ରସ୍‌ରୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବା ପରେ ରାସ୍ତାରୋକ ହଟିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!