ନୟାଗଡ଼,(ବାଘୁଆବାର୍ତ୍ତା): ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଫସିଲେ ଦୁଇ ଜଣ ଅଧ୍ୟାପକ | ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ଏମଜେଏମସି(ସାମ୍ବାଦିକତା ଓ ଗଣଯୋଗାଯୋଗ) ବିଭାଗର ଜଣେ ଛାତ୍ରୀଙ୍କୁ କଲେଜର ଇଂରାଜୀ ବିଭାଗର ଦୁଇ ଅଧ୍ୟାପକ ପ୍ରେମ ନିବେଦନ କରି ହରଡଘଣାରେ ପଡିଛନ୍ତି। ଏହି ଘଟଣା ସଂପର୍କରେ ଛାତ୍ରୀ ଜଣଙ୍କ କଲେଜର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କଲେଜର ଅଧ୍ୟକ୍ଷ ଛାତ୍ରୀଙ୍କ ନିକଟରୁ ଏଭଳି ଅଭିଯୋଗ ପାଇବା ପରେ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ କଲେଜରେ ଥିବା ଯୌନ ନିର୍ଯାତନା ସେଲରେ ଥିବା ୪ଜଣ ଅଧ୍ୟାପିକାଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି। ଘଟଣାରେ କେଉଁମାନେ ସଂପୃକ୍ତ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି |





