Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେଡିର ପ୍ରେସ୍‌ମିଟ, ଏ ସରକାରର ମାନିବକତା ନାହିଁ

by ସଞ୍ଜୟ ସ୍ୱାଇଁ
January 21, 2025
in Politics, State
ବିଜେଡିର ପ୍ରେସ୍‌ମିଟ, ଏ ସରକାରର ମାନିବକତା ନାହିଁ
136
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): କଣାସରେ ଝାଡ଼ାବାନ୍ତିରେ ୪ ଜଣଙ୍କ ଜୀବନ ଯାଇଥିବା ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ବିଜେଡି। ସରକାରଙ୍କ ନିଷ୍କ୍ରିୟତାକୁ ନେଇ ବିଜେଡି ପ୍ରେସମିଟରେ ଉମା ସାମନ୍ତରାୟ ଟାର୍ଗେଟ କରିଛନ୍ତି। ଚାରି ଜଣଙ୍କ ମୃତ୍ୟୁ ଘଟିବା ପରେ ବି ପ୍ରଶାସନ ନୀରବ । ଗାଁରେ ରୋଗୀଙ୍କ ଲାଗି ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। ସ୍ବାସ୍ଥ୍ଯମନ୍ତ୍ରୀଙ୍କ ମାନବିକତା ଉଦୟ ହେଉନାହିଁ। ୧୦ ଦିନ ପରେ ବି ପ୍ରଶାସନ ପାଲଟିଛି ସ୍ଥାଣୁ ହରଚଣ୍ଡୀ ପିଏଚସିରେ ଚାବି ପଡି ରହିଛି । ସରକାର ଆସିବା ଦିନୁ ଅନେକ ମେଡିକାଲରେ ଷ୍ଟାଫ ନାହାନ୍ତି କହି ସମାଲୋଚନା କରିଛନ୍ତି ଉମା ସାମନ୍ତରାୟ। ଉମା ସାମନ୍ତରାୟ କହିଛନ୍ତି ଯେ, ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଯୋଗୁଁ ଅନେକ ମଲେଣି ଆଉ ଅନେକ ଅସୁସ୍ଥ ଅଛନ୍ତି। ଖବର ପାଇବା ପରେ ନବୀନ ପଟ୍ଟନାୟକ ମୋତେ କଣାସ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ସହ ଗତ ୧୦ ଦିନରୁ ସେଠାରେ ରହି ମୁଁ କାମ କରୁଛି। ପିଇବା ପାଣି ପର୍ଯ୍ୟାପ୍ତ ପହଞ୍ଚି ନାହିଁ। ବିଧାୟକ ଓ ସାଂସଦ ୧୦ ଦିନ ପରେ ଦିଲ୍ଲୀରୁ ଫେରି ସେହି ଅଞ୍ଚଳ ଗଲେ। ସେମାନେ ଲୋକେଙ୍କ ମୃତ୍ୟୁ ବେଳେ କୁଆଡେ ଥିଲେ ବୋଲି ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ହେଲାଣି। ଗାଁରୁ ତାଙ୍କୁ ଲୋକେ ଫେରାଇ ଦେଲେ। ସାକ୍ଷୀଗୋପାଳରୁ ଆମ୍ବୁଲାନସ ଆସୁଛି। ମୁଖ୍ୟମନ୍ତ୍ରୀ କି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମାନବିକତା ନାହିଁ ଯେ ସେ ସ୍ଥାନକୁ ଯିବାକୁ। ମେଡିକାଲରେ କେଶ ବଢୁଛି। PHC ତାଲା ପଡିଛି। ANM ସେଣ୍ଟର ଚାବି ପଡିଛି। ନୂଆ ସରକାର ଆସିବା ପରେ ଡାକ୍ତର କି ମେଡିକାଲ ଷ୍ଟାଫ ବି ନାହାନ୍ତି।ସମବେଦନା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଉମା ସାମନ୍ତରାୟ ଦାବି କରିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!