ଭୁବନେଶ୍ୱର,(ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ରହିଥିବା ଗୁଣ୍ଠାଗୁଡା ନିକଟସ୍ଥ ବିଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ଗ୍ରାମର କିଛି ଲୋକ ଶୈଚ ହେବାପାଇଁ ପୋଖରୀକୁ ଯାଉଥିବା ବେଳେ ପରଜା ଶ୍ମଶାନ ପାଖ ବିଲରେ ନବଜାତ ଶିଶୁର ମୃତଦେହ ଦେଖିବାକୁ ପାଇଥିଲେ। ସେମାନେ ଏସଂପର୍କରେ ସରପଞ୍ଚଙ୍କୁ ଖବର ଦେଇଥିଲେ। ବୈପାରିଗୁଡା ସରପଞ୍ଚ ଭାଗିରଥି ମୁର୍ଜିଆ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଥିଲେ ଏବଂ ପୁଲିସକୁ ଜଣାଇଥିଲେ।





