ନୟାଗଡ଼,(ବାଘୁଆବାର୍ତ୍ତା): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି। ସିରିୟସ ଜୋନ ଆନୁକୂଲ୍ୟରେ ଅନୁଷ୍ଠିତ ନାଟକ ମହୋତ୍ସବ ଶେଷ ସଂଧ୍ୟାରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜଳସେଚନ ବିଭାଗ ଅବସର ପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ସରୋଜ କୁମାର ପଟ୍ଟନାୟକ, ଫିଲ୍ମ ସେନସର ବୋର୍ଡ଼ ଗୋପାଳକୃଷ୍ଣ ମହାପାତ୍ର, ଅବସର ପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ଅନୁଷ୍ଠାନ ସଦସ୍ୟ କିଷାନ ଦାଶ, ଜାମିନ କାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ସାଂସ୍କୃତିକ ଜାଗରଣ ଦୀର୍ଘ ଦିନ ଧରି ଚାଲିଛି। ନୟାଗଡ଼ର ନାଟକ ପରମ୍ପରା ବହୁ ପ୍ରାଚୀନ ବୋଲି ଶ୍ରୀଯୁକ୍ତ ମହାପାତ୍ର କହିଥିଲେ। ୧୯୮୦ ମସିହା ପୂର୍ବରୁ ମାଟ୍ରିକ ପାସ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ନାଟକ କରିବାକୁ ମନ ବଳାନ୍ତି ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିଲେ। ଯୁଗ ପରିବର୍ତ୍ତନ ସହ ଅନେକ କିଛି ପରିବର୍ତ୍ତନ ହୋଇଛି। ସଂସ୍କୃତି ଓ ପରମ୍ପରାକୁ ନୟାଗଡ଼ ସମ୍ମାନ ଦିଏ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିଲେ। ଶେଷ ସଂଧ୍ୟାରେ ନାଟ୍ୟକାର ଗୌରହରୀ ଦାଶଙ୍କ ନାଟକ ‘ଚିତ୍ର ପ୍ରତିମା’ ମଞ୍ଚସ୍ଥ ହୋଇଯାଇଛି। ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପବିତ୍ର ମହାନ୍ତିଙ୍କ ନିର୍ଦ୍ଦେଶନାରେ ମଚସ୍ଥ ନାଟକକୁ ଦର୍ଶକ ବେଶ ଉପଭୋଗ କରିଥିଲେ।





