Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଶା ରାଜ୍ୟ ରଣଜୀ ଟିମ୍ ରେ ସତ୍ୟକାମ ଭରଦ୍ବାଜ ସାମିଲ, ଭଦ୍ରକରେ ଖୁସିର ଲହରୀ

by ସଞ୍ଜୟ ସ୍ୱାଇଁ
January 20, 2025
in Sports, State
ଓଡିଶା ରାଜ୍ୟ ରଣଜୀ ଟିମ୍ ରେ ସତ୍ୟକାମ ଭରଦ୍ବାଜ ସାମିଲ, ଭଦ୍ରକରେ ଖୁସିର ଲହରୀ
76
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଓଡିଶା କ୍ରିକେଟ୍ ଆସୋସିଏସନ୍ ଦ୍ଵାରା ସଦ୍ୟ ପ୍ରକାଶିତ ଓଡିଶା ରାଜ୍ୟ ରଣଜୀ ଦଳରେ ଭଦ୍ରକର ସତ୍ୟକାମ ଭରଦ୍ବାଜ ସ୍ଥାନ ପାଇଛନ୍ତି। ଜଣେ ଡାହାଣ ହାତୀ ଅଫ୍ ସ୍ପିନର୍ ତଥା ବ୍ୟାଟ୍ସମ୍ୟାନ ରୂପେ ରାଜ୍ୟରେ ତାଙ୍କର ପ୍ରସିଦ୍ଧି ରହିଛି। ଭଦ୍ରକ ସହରର ଅସ୍ତଳ ଅଞ୍ଚଳରେ ଗୋଟିଏ ମଧ୍ୟବିତ୍ତ ପରିବାରରେ ସତ୍ୟକାମ ଙ୍କ ଜନ୍ମ। ତାଙ୍କ ପିତାମାତାଙ୍କ ନାମ ଶ୍ରୀମତୀ ଲାବଣ୍ୟ ମହାପାତ୍ର ଓ ଶ୍ରୀ ସୁରେଶ ମହାପାତ୍ର। ସେ ଭଦ୍ରକ ଜିଲ୍ଲା ସ୍କୁଲରେ ଅଧ୍ୟୟନ କରୁଥିଲା ବେଳେ କ୍ରିକେଟ୍ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଭଦ୍ରକର ଯଶସ୍ବୀ କ୍ରୀଡା ଅନୁଷ୍ଠାନ ‘ଜଗନ୍ନାଥପୁର କ୍ରିକେଟ୍ କ୍ଲବ୍’ (ଜେସିସି) ରୁ ନିଜର କ୍ରିକେଟ୍ ଜୀବନ କରିଥିଲେ। ଏଇଠି ତାଙ୍କ ପ୍ରତିଭା ପୂର୍ଣ୍ଣ ବିକଶିତ ହୋଇଥିଲା ଏବଂ ସେ ଓସିଏ ଦ୍ବାରା ଆୟୋଜିତ ବିଭିନ୍ନ ବର୍ଗର ଟୁର୍ଣାମେଣ୍ଟ୍ ରେ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ଜଣେ ନିୟମିତ କ୍ରିକେଟର୍ ରୂପେ ପ୍ରତିନିଧିତ୍ଵ କରି ଆସୁଥିଲେ। ପରବର୍ତ୍ତୀ ସମୟରେ ସେ ରାଜ୍ୟ ମନୋନୟନ କମିଟି ମାନଙ୍କର ନଜରକୁ ଆସିଥିଲେ। ୨୦୧୮ ମସିହାରେ ସେ ଓଡିଶା ୧୯ ବର୍ଷରୁ କମ୍ ଟିମ୍ ରେ ସ୍ଥାନ ପାଇଥିଲେ। ୨୦୧୯ ଓ ୨୦୨୦ ମସିହାରେ ତାଙ୍କ ସ୍ଥାନ ସୁରକ୍ଷିତ ଥିଲା। ୨୦୨୨ ମସିହାରେ ସେ ଓଡିଶା ଅଣ୍ଡର୍-୨୩ ଟିମ୍ ରେ ମନୋନୀତ ହୋଇ ୨୦୨୪ କ୍ରୀଡାଋତୁ ପର୍ଯ୍ୟନ୍ତ ଖେଳି ଆସୁଥିଲେ। ଏବେ ସେ ସମ୍ମାନଜନକ ଓଡିଶା ରଣଜୀ ଟିମ୍ ରେ ସାମିଲ୍। ଭଦ୍ରକରୁ ହର୍ଷିତ ରାଠୋର୍ ଙ୍କ ସହ ରାଜ୍ୟ ରଣଜୀ ଦଳରେ ସ୍ଥାନ ପାଇବାରେ ସେ ହେଉଛନ୍ତି ଦ୍ୱିତୀୟ କ୍ରିକେଟର୍। ସତ୍ୟକାମ ଙ୍କ ଏ କୃତିତ୍ବ ଭଦ୍ରକରେ ଆନନ୍ଦର ଲହରୀ ଆଣିଛି। ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଭାପତି ଉପେନ୍ଦ୍ର କୁମାର ବାରିକ, ସାଧାରଣ ସମ୍ପାଦକ ଧୀରେନ୍ ପଲାଇ, ଉପସଭାପତି ଭବତୋଷ ଦାସ, ଯୁଗ୍ମ ସମ୍ପାଦକ ନୀଳମାଧବ ଦାସ, କୋଷାଧ୍ୟକ୍ଷ ବ୍ୟୋମୋକେଶ ସେନାପତି, ଓଡିଶା କୋଚ୍ କେ.ଭି. ପ୍ରସାଦ ଏବଂ ଜଗନ୍ନାଥପୁର କ୍ରିକେଟ୍ କ୍ଲବ୍ ର କୋଚ୍ ମନୋଜ କୁମାର ସାହୁ, ଅସିତ ଦାସ ପ୍ରମୁଖ ସତ୍ୟକାମ ଙ୍କୁ ଅଭିନନ୍ଦନ ଜଣାଇବା ସହିତ ପ୍ରଭାବୀ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!