ନୟାଗଡ଼, (ବାଘୁଆବାର୍ତ୍ତା): ରଣପୁର ପଞ୍ଚାୟତ ସମିତି ସଭାଗୃହରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଏସ.ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧୀକାରୀ ଲଗ୍ନଜିତ ରାଉତ ଓ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଯୋଗ ଦେଇଥିଲେ । ଆଜିର ଏହି ଜନ ଶୁଣାଣୀ ଶିବିରରେ ୭୬ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୭୨ ଗୋଟି ବ୍ୟକ୍ତିଗତ ମାମଲା ରହିଥିବା ବେଳେ ୨ ଗୋଟି ଗ୍ରାମ୍ୟ ବିବାଦ ରହିଥିଲା । ମୁଖ୍ୟ ରିଲିଫ ଫଣ୍ଡର ଦୁଇ ଗୋଟି ମାମଲା ରହିଥିଲା । ତୁରନ୍ତ ୧୨ ଗୋଟି ମାମଲାର ସମାଧାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।





