ନୟାଗଡ଼,(ବାଘୁଆବାର୍ତ୍ତା): ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତା ଅଙ୍ଗନାବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ନେଇ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ନୟାଗଡ଼ ସଦର ବ୍ଲକ ସଭାପତି ଜ୍ୟୋତ୍ସାମୟୀ ପଣ୍ଡାଙ୍କ ସଭାପତିତ୍ୱରେ ପ ।ୟତ ସମିତିର ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଅତିଥି ଭାବରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ-ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ, ବିଜେଡ଼ି ବ୍ଲକ୍ ସଭାପତି ଦୁର୍ଯୋଧନ ବେହେରା ଯୋଗ ଦେଇ ଅଙ୍ଗନାବଡ଼ି କର୍ମୀ ଓ ସହାୟିକାମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାର କେନ୍ଦ୍ରୀୟ ଅନୁଦାନରୁ ଅର୍ଥକାଟ କରି ରାଜ୍ୟ ସରକାରଙ୍କ ଉପରେ ଅଧିକ ବୋଝ ପକେଇବା ପଦକ୍ଷେପକୁ ଦୃଢ ନିନ୍ଦା କରିଥିବା ବେଳେ ନବୀନ ସରକାର ନେଉଥିବା ପଦକ୍ଷେପକୁ ସ୍ୱାଗତ କରିଥିଲେ । କର୍ମକ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶରେ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ନେଇ ବୈଠକ ନିଷ୍ପତ୍ତି ନିଆଯାଇଛି । ସଂଗଠନକୁ ଦୃଢ଼ କରିବା ସହିତ ନିଜର ହକ୍ ଜାହିର କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଦେଖାଦେଇଥିବା ସମସ୍ୟାର ସମାଧାନ କରିବାକୁ ଶ୍ରମିକ ନେତା ଉକ୍ତ ବୈଠକରେ ଆହ୍ୱାନ ଦେଇଥିଲେ ।





