Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହଂସିକାଙ୍କ ମାମଲାରେ ନୂଆ ମୋଡ଼, ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି

by ସଞ୍ଜୟ ସ୍ୱାଇଁ
January 20, 2025
in Crime, State
ହଂସିକାଙ୍କ ମାମଲାରେ ନୂଆ ମୋଡ଼, ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି
54
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଠକେଇ ଅଭିଯୋଗରେ ଗିରଫ ହୋଇଥିବା ବିଷ୍ଣୁପ୍ରିୟା ଚାନ୍ଦ ଓରଫ ରାକ୍ଷୀ ଓରଫ ହଂସିକାଙ୍କ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି । ୫୦ କୋଟି ଡିଲ୍‌କୁ ନେଇ ହୋଇଥିବା ବିବାଦକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି । ଏନେଇ ଇଡିର ଅଧିକାରୀମାନେ ଆୟକର ବିଭାଗ ସହ ଯୋଗାଯୋଗ କରିଛନ୍ତି । ଟଙ୍କା କେଉଁଠୁ ଆସିଥିଲା ? କିଏ ଦେଇଥିଲା ? କାହାକୁ ଦେଇଥିଲା । କେଉଁ ମାଧ୍ୟମରେ ଦେଇଥିଲା ଇଡି ଏହାର ଖୋଳତାଡ଼ କରିବ । ଗତ ୨୮ ତାରିଖରେ ଗିରଫ ହୋଇଥିଲେ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍ ମହାନ୍ତି । ବିଏନ୍‌ଏସ୍ ୩୨୯ (ଗୃହରେ ଅନଧିକାର ପ୍ରବେଶ), ୩୧୮ (ପ୍ରବଞ୍ଚନା) ଓ ୩୧୯ (ଛଦ୍ମବେଶ ଧାରଣ କରି ପ୍ରବଞ୍ଚନା) । ଏ ସବୁ ଦଫାରେ ସଜା ୭ ବର୍ଷକୁ କମ୍ ଥିବାରୁ ପୁଲିସ୍ ଅଭିଯୁକ୍ତମାନଙ୍କୁ ନୋଟିସ୍ ଦେଇ ଛାଡ଼ି ପାରିବ । ହେଲେ ଇନ୍‌ଫୋସିଟି ଥାନା ପୁଲିସ୍ ସେମାନଙ୍କୁ ଜେଲ୍ ପଠାଇଥିଲା । ପରେ ଉକ୍ତ ମାମଲାର ତଦନ୍ତ ଭାର ନେଇଥିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ । ସେ ସମୟରେ ଜଣା ପଡ଼ିଥିଲା ଜଣେ ଶିକ୍ଷାନୁଷ୍ଠାନ ମାଲିକଙ୍କ ସହ କୋଟି କୋଟି ଟଙ୍କାର ଡିଲ୍ ବିବାଦରୁ ଏ ସବୁ କାଣ୍ଡ ଘଟିଛି । ଶିକ୍ଷାନୁଷ୍ଠାନ ମାଲିକଙ୍କୁ ୫୦ କୋଟି ଡୋନେସନ୍ କରାଇ ଦେବାକୁ କହିଥିଲେ ହଂସିକା । ସେଥିପାଇଁ ହଂସିକାକୁ ୨୦% କମିଶନ ଦେବେ ବୋଲି କହିଥିଲେ ଶିକ୍ଷାନୁଷ୍ଠାନ ମାଲିକ । ହଂସିକା ଏଥିରେ ସଫଳ ହୋଇଥିଲେ । ୫୦ କୋଟି ଟଙ୍କାର କଳାଧନକୁ ବିଭିନ୍ନ ଏନ୍‌ଜିଓ ସଂସ୍ଥା ଜରିଆରେ ଧରାଧରି କରି ଶିକ୍ଷାନୁଷ୍ଠାନ ମାଲିକକକୁ ଟଙ୍କା କରାଇ ଦେଇଥିଲେ ହଂସିକା । ହେଲେ ଶିକ୍ଷାନୁଷ୍ଠାନ ମାଲିକ ହଂସିକାଙ୍କୁ କମିଶନ ଦେଇ ନଥିଲେ । ଫଳରେ ହଂସିକାଙ୍କ ସହ ଏହି ବିବାଦ ଦେଖା ଦେଇଥିଲା । ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ର ତଦନ୍ତ ପରେ ଆୟକର ବିଭାଗ ମଧ୍ୟ ଏହି ୫୦ କୋଟିର କାରବାର ବିଷୟରେ ଜାଣିବାକୁ ପାଇଥିଲା । ଏବେ ଏ ସବୁ ଯାଞ୍ଚ ଇଡି ଆରମ୍ଭ କରିଛି । ଏହି କୋଟି କୋଟି ଟଙ୍କା ଡୋନେସନ୍ ପଛରେ ଶିକ୍ଷାନୁଷ୍ଠାନମାଲିକଙ୍କ କେଉଁ ଉଦ୍ଦେଶ୍ୟ ରହିଛି ତାହା ଜାଣିବା ପାଇଁ ତନାଘନା ଆରମ୍ଭ କରି ଦେଇଛି ଇଡି । ଏଥିରେ କିଛି ନେତାଙ୍କ ଲିଙ୍କ୍ ରହିଛି ବୋଲି ଜଣାପଡ଼ିଛି । ଖୁବ୍‌ଶୀଘ୍ର ଇଡି ସେମାନଙ୍କୁ ନୋଟିସ୍ କରି ଜେରା କରିବ । ଅନ୍ୟପକ୍ଷରେ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ପକ୍ଷରୁ ଅଭିଯୋଗ ପରେ ଇନ୍‌ଫୋସିଟି ଥାନାରେ ପୁଣି ଏକ ମାମଲା ରୁଜୁ ହୋଇଛି । ଏତଲା ଦେଇଥିଲେ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ର ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ଏମ୍.କେ ଦାସ । ସେ ଏତଲାରେ ଦର୍ଶାଇଛନ୍ତି, ହଂସିକା ଦେଶ-ବିଦେଶରୁ ଯୁବତୀଙ୍କୁ ଆଣି ନେତା, ଖଣି ବ୍ୟବସାୟୀ ଓ ବଡ଼ ବଡ଼ ଅଧିକାରୀମାନଙ୍କ ପାଖକୁ ପଠାଉଥିଲେ । ସେ ସବୁ ଯୁବତୀଙ୍କ ଜରିଆରେ ଅନ୍ତରଙ୍ଗ ସମୟର ଫଟୋ ସଂଗ୍ରହ କରୁଥିଲେ ହଂସିକା । ତା’ପରେ ସେ ଫଟୋ ଜରିଆରେ ବ୍ଲାକ୍ ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଏସବୁ ତଥ୍ୟ ହଂସିକାଙ୍କ ମୋବାଇଲ୍‌ରୁ ମିଳିବା ପରେ ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ମାମଲା ରୁଜୁ କରି ହଂସିକାଙ୍କ ବିରୋଧରେ ଆଇପିସି ଦଫା ୧୨୦ ବି (ଅପରାଧିକ ଷଡଯନ୍ତ୍ର), ଇମୋରାଲ୍ ଟ୍ରାଫିକିଂ (ପ୍ରିଭେନ୍‌ସନ୍) ଆକ୍ଟ-୫ ଲଗାଇଛି । ତା’ଛଡ଼ା ନକଲି କାଗଜ ପତ୍ର ଦେଇ ପାସ୍‌ପୋର୍ଟ ହାତେଇଥିଲେ ହଂସିକା । ଏ କଥା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଜାଣିବା ପରେ ଇନ୍‌ଫୋସିଟି ଥାନାରେ ଦୁଇ ଦିନ ତଳେ ଏତଲା ଦେଇଥିଲେ । ଏନେଇ ଇନ୍‌ଫୋସିଟି ଥାନା ୧୧/୨୦୨୫ରେ ଏକ ମାମଲା ରୁଜୁ କରିବା ସହ ଆଇପିସି ଦଫା ୪୧୭, ୪୧୯, ୪୨୦, ୪୬୮, ୪୭୧, ୧୨ ପାସ୍‌ପୋର୍ଟ ଆକ୍ଟରେ ଲାଗାଇ ତଦନ୍ତ କରୁଛି । ଏହାରି ଭିତରେ ଇନ୍‌ଫୋସିଟି ଥାନାର ପୂର୍ବତନ ଆଇଆଇସିଙ୍କ ପାଇଁ ଅଡୁଆ ବଢ଼ିଛି । କାରଣ ୨୦୦୮ ମସିହାରେ ଉତ୍ତରପ୍ରଦେଶ ଗ୍ୟାଙ୍ଗ୍ ଷ୍ଟାର ବ୍ରିଜେସ୍ ସିଂହଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଥିଲା । ତଦନ୍ତ ସମୟରେ ଜଣାପଡ଼ିଥିଲା ସେ ଓଡ଼ିଶାରୁ ପାସ୍‌ପୋର୍ଟ ହାତେଇଛି । ତା’ପୁଣି ନକଲି କାଗଜ ପତ୍ର ମାଧ୍ୟମରେ । ପାସ୍‌ପୋର୍ଟ ନୟାପଲ୍ଲୀ ଥାନା ପୁଲିସ୍ ଯାଞ୍ଚ କରିଥିଲା । ସେଥିପାଇଁ ସେତେବେଳେ ନୟାପଲ୍ଳୀ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଏବେ ହଂସିକାଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଛି । ପୁଲିସ୍ର ଅବହେଳା ପାଇଁ ସେ ନକଲି କାଗଜ ପତ୍ରରେ ପାସ୍‌ପୋର୍ଟ ହାତେଇ ବିଦେଶ ବୁଲିବାକୁ ଯାଇଥିଲେ । ସେ ଯେଉଁ ମସିହାରେ ପାସ୍‌ପୋର୍ଟ ପାଇଥିଲେ ସେତେବେଳେ ଇନ୍‌ଫୋସିଟି ଥାନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ କମିଶନର ଏସ୍. ଦେବ ଦତ୍ତ ସିଂହ ସୂଚନା ଦେଇଛନ୍ତି । ହଂସିକାଙ୍କ ମୋବାଇଲ୍ ଫୋନ୍‌ରୁ ପୁଲିସ୍ ଯେଉଁ ସବୁ ତଥ୍ୟ ପାଇଥିଲା ସେ ଆଧାରରେ ଆଉ ଏକ ଏତଲା ଦିଆଯାଇଛି । ଏହାରି ଭିତରେ ଉପକୂଳ ଓଡ଼ିଶାର ଚର୍ଚ୍ଚିତ ବ୍ୟକ୍ତି ତଥା ସାନବାବୁ ନାଁରେ ପରିଚିତ ଜଣେ ନେତା ସହ ହଂସିକାଙ୍କ ଲିଙ୍କ୍ ମିଳିଛି । ୨୦୨୩ ଶେଷ ଆଡ଼କୁ ହଂସିକାଙ୍କ ସହ ସାନବାବୁ ସିଙ୍ଗାପୁର ଯାଇଥିଲେ । ତା’ପୁଣି ଏକ ବ୍ୟବସାୟିକ ଡିଲ୍‌ରେ । ହେଲେ ସିଙ୍ଗାପୁରରେ କି ଡିଲ୍ ହେଲା, ତାହା କେବଳ ସାନବାବୁ ଓ ହଂସିକାଙ୍କୁ ଜଣାଥିବ । ଏ ସବୁର ଗୁମର ଖୋଲିବା ପାଇଁ ପୁଲିସ୍ ତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!