ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆସନ୍ତା କାଲିଠାରୁ ଦୁଇ ବନ୍ଦ ରହିବ ସ୍କୁଲ । ଆଜି ଏନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସୂଚନାନୁସାରେ, ପେଟ୍ରୋଲ, ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି ଘଟୁଥିବା ଯୋଗୁଁ ରାଜ୍ୟ କଂଗ୍ରେସ ଆସନ୍ତା କାଲି ଓଡ଼ିଶା ବନ୍ଦ ଡାକରା ଦେଇଛି । ତାହାକୁ ଦୃଷ୍ଟିରେ ଗଣଶିକ୍ଷା ମନ୍ତ୍ରୀ ଆସନ୍ତା କାଲି ୧୫ ତାରିଖକୁ ଛୁଟି ଘୋଷଣା କରିଥିବା ବେଳେ ୧୬ ତାରିଖ ସରସ୍ୱତୀ ପୂଜା ପାଇଁ ସ୍କୁଲ ଛୁଟି ରହିବ ବୋଲି ଜଣାପଡିଛି ।





