ଦଶପଲ୍ଲା, (ବାଘୁଆବାର୍ତ୍ତା) : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡି ଠାରେ ରବିବାର ଦିନ ଏକ ବନ୍ଧୁ ମୀଳନ ଓ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତୁମାଣ୍ଡି ପଞ୍ଚାୟତ ଡ୍ରାଇଭର ସଂଘ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଇତ୍ଯବସରରେ ଡ୍ରାଇଭର ମହାସଂଘ ପକ୍ଷରୁ ଗ୍ରାମର ବିଭିନ୍ନ ମନ୍ଦିର ଚତୁପାର୍ଶ୍ଵ ସଫେଇ କରାଯାଇଥିଲା।

ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଓ ସଭ୍ଯମାନେ ସମ୍ମିଳିତ ହୋଇ ସଫଳତା ଦିଗରେ ଅଗ୍ରସର ହେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏସବୁ କାର୍ଯ୍ୟକ୍ରମରେ ମହାସଂଘର ରାଜ୍ଯ ଉପଦେଷ୍ଟା ଅବକାଶ କାଠୁଆ , ଜିଲ୍ଲା ଉପଦେଷ୍ଟା ସୁରେଶ ସାହୁ, ଜିଲ୍ଲା ସଭାପତି ଦୟାନିଧି ବେହେରା, ଜିଲ୍ଲା ସହ ସଂପାଦକ ଛବିନ୍ଦ୍ର ପ୍ରଧାନ, ବ୍ଲକ ସଭାପତି ଚନ୍ଦ୍ରକାନ୍ତ ମହାପାତ୍ର, ଉପସଭାପତି ତ୍ରିଲୋଚନ ନାୟକ, ତୁମାଣ୍ଡି ପଞ୍ଚାୟତ ସଭାପତି ପ୍ରଶାନ୍ତ କୁମାର କରଣ ଓ ସମ୍ପାଦକ ସୁଶାନ୍ତ କୁମାର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଭ୍ୟ ଯୋଗଦେଇଥିଲେ।







