ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲାସ୍ତରୀୟ ସଂଗୀତ ପ୍ରତିଭା ଚୟନ କାର୍ୟ୍ୟକ୍ରମ ଷ୍ଟାର ଅଫ୍ ନୟାଗଡ଼ର ଆଜି ଥିଲା ଗ୍ରାଣ୍ଡ ଫାଇନାଲ । ଆଜି ଫାଇନାଲ ପ୍ରତିଯୋଗିତାରେ ୧୦ ଜଣ ପ୍ରତିଭାବାନ ପ୍ରତିଯୋଗୀ ସଂଗୀତ ପରିବେଷଣ କରିଥିଲେ ଇପ୍ସିତା ପ୍ରିୟଦର୍ଶିନୀ, ଶେଖ୍ ତୌଫିକ୍ ଅଲ୍ଲୀ, ଲକ୍ଷ୍ମୀପ୍ରିୟା ନାୟକ, ଅମ୍ରିତା ରଥ, ଆଶୁତୋଷ ବେହେରା, ଜଗନ ବେହେରା, ମିଲନ କୁମାର ସ୍ବାଇଁ, ଶୁଭସ୍ମିତା ବେହେରା, ଲିପ୍ସା ରାଣୀ ପଣ୍ଡା, ଓ ଦିବ୍ୟାଶା ପ୍ରିୟଦର୍ଶିନୀ । ଫାଇନାଲ ରେ ବିଚାରକ ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀ ନବକିଶୋର ମିଶ୍ର ଏବଂ ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀ ଜଗଦୀଶ ପ୍ରସାଦ ରଥ ଯୋଗଦେଇଥିଲେ । ପ୍ରତ୍ୟେକ ପ୍ରତିଯୋଗୀ ଦୁଇଟି ଲେଖାଏଁ ଗୀତ ଗାଇଥିଲେ । ଶେଖ୍ ତୌଫିକ୍ ଅଲ୍ଲୀ ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଯୁଗ୍ମ ଦ୍ବିତୀୟ ହୋଇଥିଲେ ଇପ୍ସିତା ପ୍ରିୟଦର୍ଶିନୀ ଓ ମିଲନ୍ କୁମାର ସ୍ବାଇଁ, ସେହିପରି ତୃତୀୟ ସ୍ଥାନରେ ରହିଥିଲେ ଆଶୁତୋଷ ବେହେରା । ନୟାଗଡ଼ ପୈ।ରପରିଷଦ ର ଅଧକ୍ଷା ନିରୁପମା ଖଟେଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାଙ୍କୁ ଟ୍ରଫି, ମିମେଣ୍ଟୋ ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଆଜିର ପ୍ରତିଯୋଗୀତାର ଉଦ୍ଘାଟନ ଉତ୍ସବ କୁ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ। ମଞ୍ଚ ପରିଚାଳନା କରିଥିଲେ ସୁଶାନ୍ତ ପାଇକରାୟ । ଆଜିର କାର୍ୟ୍ୟକ୍ରମକୁ ପ୍ରଦିପ ବରାଡ, କାଜଲ ଡାକୁଆ ସୌମ୍ୟ ଶୁଭମ୍ ରଥ, ଆଦିତ୍ୟ ପ୍ରସାଦ ସାହୁ ପ୍ରମୂଖ ଏହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ। ବିଜେତା ମାନଙ୍କୁ ଆଗାମୀ ଦିନରେ ମ୍ୟୁଜିକ୍ ଆଲବମ୍ ରେ ଗୀତ ଗାଇବାକୁ ସୁଯୋଗ ଦିଆଯିବ ବୋଲି ସଂଯୋଜକ ଧିରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।





