Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଯୁବକ ଗିରଫ

by ସଞ୍ଜୟ ସ୍ୱାଇଁ
January 19, 2025
in Crime, State
ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଯୁବକ ଗିରଫ
53
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ସଦର ଥାନା ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଏକୁଟିଆ ରହୁଥିବା ସୁଯୋଗ ନେଇ ଶୁକ୍ରବାର ରାତିରେ ଜଣେ ଯୁବକ ମୁଖାପିନ୍ଧି ଛୁରି ଦେଖାଇ ଦୁଷ୍କର୍ମ କରିଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ସଦର ଥାନା ପୁଲିସ୍ ଅଭିଯୁକ୍ତକୁ ଗିରଫ କରିବା ସହ ଛୁରି ଜବତ କରିଛି । ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲା ବାର୍‌କୋଟ ଥାନା ଶରଣକୋଟ ଗାଁର ହୃଷିକେଶ ସାହୁ(୪୭) । ଘଟଣାସ୍ଥଳରେ ସାଇଣ୍ଟିଫକ୍ ଟିମ୍ ଓ ଅତିରିକ୍ତ ଏସ୍‌ପି ପ୍ରଭାତ କୁମାର ବିଶ୍ୱାଳ ପହଞ୍ଚି ତଦନ୍ତ କରିଛନ୍ତି । ଅଭିଯୋଗ ଅନୁସାରେ, ପୀଡ଼ିତା ଭଡ଼ାଘରେ ଏକୁଟିଆ ରହୁଥିବା ବେଳେ ନିକଟରେ ଥିବା ଏକ କାଠମିଲରେ କାଠମିସ୍ତ୍ରୀ ଭାବେ ହୃଷିକେଶ କାମ କରେ । ଗତ କିଛିଦିନ ହେଲା ହୃଷିକେଶ ପୀଡ଼ିତାଙ୍କ ଯିବାଆସିବା ରାସ୍ତାକୁ ଅନେଇ ରହୁଥିଲା । ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ପୀଡ଼ିତାଙ୍କ ଅଜାଣତରେ ସେ ତାଙ୍କ ଘରେ ପଶି ଯାଇ ଲୁଚି ରହିଥିଲା । ରାତି ପ୍ରାୟ ୧୧ଟା ସମୟରେ ହଠାତ୍ ମୁହଁରେ ମୁଖାପିନ୍ଧି ବାହାରି ପୀଡ଼ିତାଙ୍କୁ ଟଣାଓଟରା କରିଥିଲା । ପୀଡ଼ିତା ଚିତ୍କାର କରିବାରୁ ଛୁରି ଦେଖାଇ ମୁହଁରେ କପଡ଼ା ବାନ୍ଧି ଦେଇ ଦୁଷ୍କର୍ମ କରିଥିଲା । ଶନିବାର ସକାଳେ ପୀଡ଼ିତା ଏ ନେଇ ସଦର ଥାନାରେ ଅଭିଯୋଗ କରିବା ପରେ ଅତିରିକ୍ତ ଏସ୍‌ପି ଶ୍ରୀ ବିଶ୍ୱାଳ, ସଦର ଥାନା ଅଧିକାରୀ ଦୀପକ ଲେଙ୍କା ପ୍ରମୁଖଙ୍କ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ପୀଡ଼ିତାଙ୍କ ବୟାନ୍ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯିବା ସହ ଛୁରି ଜବତ କରାଯାଇଛି । ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବା ସହ ଅଭିଯୁକ୍ତକୁ ଅଧିକ ପଚରାଉଚୁରା ଜାରି ରହିଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!