ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରଙ୍ଗଣୀପାଟଣା ସେବା ସମବାୟ ସମିତି ଲିଃରେ ଶନିବାର ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ସ୍ଥାନୀୟ ସରପଞ୍ଚ ସସ୍ମିତା ପାତ୍ର,ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସାହୁ ଓ ସମ୍ପାଦକଙ୍କ ଉପସ୍ଥିତିରେ ସରପଞ୍ଚ ନଡ଼ିଆ ଭାଙ୍ଗି ମଣ୍ଡିର ଶୁଭାରମ୍ଭ କରିଥିଲେ।ଚଳିତବର୍ଷ ସରକାର ଚାଷୀଙ୍କୁ ଅଧିକ ଗୁରୁତ୍ୱ ଦେବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଓ ଇନପୁଟ ସହାୟକ ରାଶି ୮୦୦ ଟଙ୍କା ପ୍ରଦାନ କରୁଛନ୍ତି।ସମସ୍ତ ଚାଷୀଙ୍କ ଧାନ ମାର୍ଚ୍ଚ ମାସ ସୁଦ୍ଧା କିଣା ଯିବ ବୋଲି ସଭାପତି ସନ୍ତୋଷ କୁମାର ସାହୁ କହିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ସେବା ସମବାୟ ସମିତି ନିର୍ଦ୍ଦେଶକ ଓ ବହୁ ଚାଷୀ ଉପସ୍ଥିତ ଥିଲେ।






