Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”

by ସଞ୍ଜୟ ସ୍ୱାଇଁ
January 18, 2025
in Feature News, Nayagarh
ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”
287
VIEWS
Share on FacebookShare on Twitter

କଳାକାରଙ୍କ ଗାରିମା, ଚଳଚ୍ଚିତ୍ର ଅଭିନେତାଙ୍କ ଗାରିମାଠାରୁ ବହୁ ଗୁଣରେ ଅଧିକ:ଅରୁଣ
ନୟାଗଡ଼, (ବାଘୁଆବାର୍ତ୍ତା): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!! “। ନୟାଗଡ଼ର ଅନନ୍ଯ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ନାଟକ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଯୋଗ ଦେଇ ମଞ୍ଚ ନାଟକ କଳାକାରଙ୍କ ଗାରିମା, ଚଳଚ୍ଚିତ୍ର ଅଭିନେତାଙ୍କ ଗାରିମାଠାରୁ ବହୁ ଗୁଣରେ ଅଧିକ ।

ନାଟକ ହୃଦୟକୁ ଆନ୍ଦୋଳିତ କରିଥାଏ ବୋଲି କହିଥିଲେ। ଅନୁଷ୍ଠାନର ସଭାପତି କିଷାନ କୁମାର ଦାସ, ନାଟ୍ୟଭୂଷଣ ଡ ବିଜୟ କୁମାର ଚୌଧୁରୀ ଓ ନାଟ୍ୟକାର ବିଶ୍ବନାଥ ମହାପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ନାଟକର ଶୁଭାରମ୍ଭ କରିଥିଲେ। ଦ୍ବିତୀୟ ସଂଧ୍ୟାରେ ମଞ୍ଚସ୍ଥ ନାଟକ ଏବଂ କିଏ!! ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଡ. ପ୍ରଦୀପ ଭୌମିକଙ୍କ ଲିଖିତ ଏହି ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ପବିତ୍ର ମହାନ୍ତି। ଯେଉଁମାନଙ୍କୁ ଆମେ ଅମ ସମାଜର ମୁଖିଆ ବୋଲି ଭାବୁଛନ୍ତି ସେମାନେ କଣ ସତରେ ଆମ ସମସ୍ଯାର ସମାଧାନ କରନ୍ତି ନା ଅଧିକ ଜଟିଳ କରାନ୍ତି ଏଇ କଥାକୁ ଦର୍ଶକଙ୍କ ସମ୍ମୁଖରେ ରଖିଥିଲା ମଞ୍ଚସ୍ଥ ନାଟକ। ବିଭିନ୍ନ ଚରିତ୍ରରେ ସୁନୀଲ୍ ପଟ୍ଟନାୟକ, ମାନୁ ପଟ୍ଟନାୟକ, ଦେବେନ୍ଦ୍ର ସୁନ୍ଦର ରାୟ, ଯାମିନୀକାନ୍ତ ମିଶ୍ର, କୃଷ୍ଣଚନ୍ଦ୍ର ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ସୂର୍ଯ୍ୟ, ରାଜେଶ ପଟ୍ଟନାୟକ ଏବଂ ଗୋକୁଳ ଷଡ଼ଙ୍ଗୀ ଅଭିନୟ କରି ନାଟକକୁ ଜୀବନ୍ତ କରିଥିଲେ। ଯାମିନୀ, ପବିତ୍ର, ରାମ, କମଳ, ଗତିକୃଷ୍ଣ, ଅମ୍ଲାନ, ଶିବାନୀ, ସୋନାଲି ଓ ଧରିତ୍ରୀ ଅଭିନୟ କରିଥିଲେ। ସିରିୟସ୍ ଜୋନ୍ ର ଏହି ପ୍ରୟାସକୁ ନାଟ୍ଯପ୍ରେମୀମାନେ ଖୁବ୍ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!