ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁସାରେ ସିଭିଲ ସୋସାଇଟି ନୟାଗଡ଼ ୧୪ ଜାନୁଆରୀ ଠାରୁ ୨୨ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ନୟାଗଡ଼ ସ୍ଥିତ ସମସ୍ତ ମନ୍ଦିର ଓ ଦେବାଳୟ ଗୁଡ଼ିକରେ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି। ଗତ । ୧୪ ତାରିଖରେ ଜଗନ୍ନାଥ ମନ୍ଦୀର ସ୍ୱଚ୍ଛ କରାଯାଇଥିଲା । ୧୫ ତାରିଖରେ ଖଣ୍ଡପଡା ରୋଡସ୍ଥିତ ହନୁମାନ ମନ୍ଦୀର, ୧୬ ତାରିଖରେ ଦକ୍ଷୀଣକାଳୀ ମନ୍ଦୀର ଓ ଗୋପୀନାଥ ମନ୍ଦୀର ସଫେଇ କରିଛନ୍ତି । ୧୭ ତାରିଖରେ ସିନ୍ଦୁରିଆସ୍ଥିତ ପାଟ୍ଟଚଣ୍ଡୀ ମନ୍ଦୀର ସଫା କରାଯାଇଛି, ୧୮ ତାରିଖରେ ତ୍ରିନାଥ ଛକସ୍ଥିତ ଶ୍ରୀରାମ ମନ୍ଦୀର ସ୍ୱଚ୍ଛ କରାଯାଇଛି ।

ଆଗକୁ ଆଖଣ୍ଡଳମଣି ମନ୍ଦିର, ସିନ୍ଦୁରିଆ ଶିବ ମନ୍ଦିର ଓ ଗୋଡିସାହି ଜଗନ୍ନାଥ ମନ୍ଦିର ଓ ମଠ ଗୁଡିକ ସଫା କରାଯିବ। ଏହି କାର୍ୟ୍ୟକ୍ରମ ରେ ସିଭିଲ ସୋସାଇଟି ନୟାଗଡ଼ ର ଅଧ୍ୟକ୍ଷ ଗୋଦାବରୀଶ ସାହୁ, ଭଗବତୀ ପଟ୍ଟନାୟକ, ଭେଟେରାନ ଶରତ କୁମାର ସାହୁ ଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମଟି ଚାଲୁ ରହିଛି । ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ମୁନସିପାଲଟି ର ଚେୟାରମ୍ୟାନ ନିରୁପମା ଖଟେଇ ପ୍ରତ୍ୟେକ ସ୍ଵଚ୍ଛ ଅଭିଯାନ ରେ ଯୋଗଦାନ କରିଆସିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ସଦସ୍ୟ ବସନ୍ତ ରାଉତ, ବିପିନି କୁମାର ସାହୁ, ନବକୃଷ୍ଣ ସାହୁ, ଅଜୟ କୁମାର ସାହୁ, ନିରଂଜନ ମିଶ୍ର, ସନ୍ତୋଷ ଶର୍ମା, ଦିଲ୍ଲୀପ ଦଳବେହେରା, ଡଃ ଲକ୍ଷ୍ମୀ ନାରାୟଣ ମହାପାତ୍ର, ଅଶୋକ ଦଳବେହେରା, କବିରାଜ ବିଶ୍ଵାଳ ଏବଂ ଅନେକ ସ୍ବେଛାସେବୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।






