ଦଶପଲ୍ଲା,(ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ସୁନାପ୍ରତିମା ହାଇସ୍କୁଲ, କୁଜାମେଣ୍ଢୀ ହାଇସ୍କୁଲରେ ଶନିବାର ଦିନ ମାଧ୍ଯମିକ ବିଦ୍ଯାଳୟ ପ୍ରଧାନଶିକ୍ଷକଙ୍କ ତ୍ରୟୋଦଶତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶଲ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରଧାନଶିକ୍ଷକ ଶରତଚନ୍ଦ୍ର ବେହେରା ,ପ୍ରଧାନ ଶିକ୍ଷୟତ୍ରୀ ସଂଜୀବନୀ ସାମଲ ଓ ସସ୍ମିତା ମହାପାତ୍ର ପ୍ରମୁଖ ଆରପି ଭାବେ ଯୋଗଦେଇଥିଲେ।

ବୈଠକରେ ପୂର୍ବ ବୈଠକର ବିବରଣୀ ଓ ସେସବୁର କାର୍ଯ୍ଯକାରୀତା,ଉତ୍କର୍ଷ ଓଆକାଂକ୍ଷା କାର୍ଯ୍ୟକ୍ରମ, ଖାନ ଏକାଡେମୀ ଗଣିତ ଦକ୍ଷତା ବ୍ରୁଦ୍ଧି, ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର, ଦଶମ ଶ୍ରେଣୀ ଷାଡ୍ମାସିକ ପରୀକ୍ଷା ଅନୁପସ୍ଥିତ ଛାତ୍ରଛାତ୍ରୀ ଓ ଚିହ୍ନଟ, ଏସଆଇଓଏସ ଆଡମିଶନ ଓ ଶ୍ରେଣୀ ପରିଚାଳନା ସମେତ ବିଭିନ୍ନ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା। କ୍ରୀଡାଗଂନା ସମ୍ବନ୍ଧରେ ଷ୍ଟେଟ ରିସୋର୍ସ ସଭ୍ଯ ସଂଗ୍ରାମ କେଶରୀ ଜେନା ବିଭାଗର ବିଭିନ୍ନ ବିଷୟରେ ତଥ୍ଯ ପ୍ରଦାନ କରିଥିଲେ। ଇତ୍ଯବସରରେ ପ୍ରଧାନଶିକ୍ଷକମାନେ ବିଦ୍ଯାଳୟ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ମାନଂକ ସହିତ ଶୈକ୍ଷିକ ବାର୍ତ୍ତାଳାପ କରିଥିଲେ । ପ୍ରଧାନ ଶିକ୍ଷକ ମନୋଜ କୁମାର ହଂସ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ଯବାଦ ଅର୍ପଣ କରିଥିଲେ।





