ନୟାଗଡ଼,(ବାଘୁଆବାର୍ତ୍ତା): ଓଡିଶା ଜୀଵିକା ମିଶନର ମିଶନ ଡାଇରେକ୍ଟର ତଥା ସିଇଓ ସମସ୍ତ ଜିଲ୍ଲାପାଳଙ୍କୁ ସିଏଲ୍ଏଫ୍ ଏଵଂ ଜିପିଏଲଏଫ୍ ସ୍ତରରେ ରିଷ୍ଟ୍ରକ୍ଚରିଙ୍ଗ କରିଵା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ଆସିଵା ପରେ ସମଗ୍ର ରାଜ୍ୟରେ ଇସିମାନଙ୍କ ମଧ୍ୟରେ ତୀଵ୍ର ପ୍ରତିକ୍ରିୟା ଦେଖା ଦେଇଛି। ଆଜି ଗୁଣ୍ଡିଚା ମଣ୍ଡପଠାରେ “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ’ର ଜିଲ୍ଲା ସଭାପତି ଝରଣା ମନ୍ତ୍ରୀଙ୍କ ସଭାପତିତ୍ଵରେ ଵୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ପାଦକ କାମିନୀ ନାୟକ ଵିଵରଣୀ ଉପସ୍ଥାପନ କରିଥିଲେ। ଏହି ଵୈଠକରେ ” ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ” ର ରାଜ୍ୟ ସଭାପତି ତଥା ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ଯୋଗ ଦେଇଥିଲେ ।

ଫେବୃୟାରୀ ୫ ତାରିଖରେ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ଵାନ ଦିଆଯାଇଛି । ଇସି ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ କରିଵା ସହ ସଦସ୍ୟାଙ୍କ ସ୍ଥାୟୀ ନିଯୁକ୍ତି, ଇସି ସଦସ୍ୟ ଏନଆରଏଲ୍ଏମ ସ୍କିମ ଓ୍ଵାର୍କର ଥିଵା ଵେଳେ ଏମାନଙ୍କୁ ଓ୍ଵାର୍କର ମାନ୍ୟତା ପ୍ରଦାନ, ମାସିକ ଭତ୍ତା ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷିତ କୁଶଳୀ ଶ୍ରମିକ ସର୍ଵନିମ୍ନ ମଜୁରୀ ହାରରେ ଭତ୍ତା ପ୍ରଦାନ, ସାମାଜିକ ନିରାପତ୍ତା ପ୍ରଦାନ ପାଇଁ ଦାବି କରାଯାଇଛି । ଏହି ବୈଠକରେ ରାଜ୍ୟ ଉପସଭାପତି ପୁଷ୍ପାଞ୍ଜଳୀ ଜେନା, ଏଆଇଟିୟୁସି ଜିଲ୍ଲା ସଭାପତି କମଲେଶ କୁମାର ଦାଶ, ଏଆଇଟିୟୁସି ଜିଲ୍ଲା ସମ୍ପାଦିକା ଇତି ମାନସିଂହ, ଝରଣା ମନ୍ତ୍ରୀ, ସାଵିତ୍ରୀ ପପାତ୍ର, ମମତା ଵେହେରା, ଗୀତାଞ୍ଜଳୀ ଵେହେରା, ପ୍ରେମ ଲତା ପାତ୍ରଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।





