ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଶିକ୍ଷାର ବ୍ୟବଧାନ ଦୂର କରିବା ପାଇଁ ଅଭାବୀ ଛାତ୍ରଛାତ୍ରୀଙ୍କ ପାଖରେ ଉତ୍ତମ ଶିକ୍ଷା ପହଞ୍ଚାଇବା ପାଇଁ ଶୁଭାରମ୍ଭ ହେଲା ‘ମୋ ଚାଟଶାଳୀ’ । ଏହାକୁ ସ୍ୱେଚ୍ଛାସେବୀ ସଂଗଠନର ଆତ୍ମାଶକ୍ତି ଟ୍ରଷ୍ଟ ସହଯୋଗୀ ସଙ୍ଗଠନ ଓଡ଼ିଶା ଶ୍ରମଜିବୀ ମଞ୍ଚ ଏବଂ ମହିଳା ଶ୍ରମଜିବୀ ମଞ୍ଚର ପ୍ରଚେଷ୍ଟାରେ ଓଡ଼ିଶା ଦ୍ୱାର ଭୁବନେଶ୍ୱର ପରିସରରେ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତ୍ରୀ ତଥା ସମ୍ମାନିତାର ପ୍ରତିଷ୍ଠାତା ବର୍ଷା ପ୍ରିୟଦର୍ଶିନୀ ଉପସ୍ଥିତ ରହି ‘ମୋ ଚାଟଶାଳୀ’କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ମୋ ଚାଟଶାଳୀ ଅଧରନରେ ରାଜ୍ୟର ୧୭ଟି ଜିଲ୍ଲାର ୧ଲକ୍ଷ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବା ଲକ୍ଷ ରଖାଯାଇଛି । ଏଥିରେ ମାଲକାନଗିରି, କେରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ, ବଲାଙ୍ଗୀର, ଗଜପତି କାନ୍ଦାଲ, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବସ୍ତି ଅ ଳର ପ୍ରଥମ ଶ୍ରେଣୀ ଠାରୁ ପ ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯିବ । ଯେଉଁ ଛାତ୍ରଛାତ୍ରୀମାନେ ଶିକ୍ଷା ପାଇଁ ସରକାରୀ ବଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି ଏବଂ ଡିଜିଟାଲ ଶିକ୍ଷା ବ୍ୟବସ୍ଥାରୁ ବ ôତ ହେଉଥିବା ଏବଂ ଆର୍ଥିକ ସମ୍ବଳ ନଥିବା ଛାତ୍ରଛାତ୍ରୀ ଙ୍କ ଶିକ୍ଷାର ବ୍ୟବସ୍ଥା କରାଯିବା ପାଇଁ ‘ମୋ ଚାଟଶାଳୀ’ କାର୍ଯ୍ୟ କରିବା ବୋଲି କୁହାଯାଇଛି ।





