ଓଡ଼ଗାଁ, (ବାଘୁଆବାର୍ତ୍ତା): ଆଜି ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ୍ ପ୍ରାଥମିକ ଶିକ୍ଷକସଂଘ ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ମଣ୍ଡଳ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।”ଜାତୀୟ ଶିକ୍ଷାନୀତି-୨୦୨୦” ଶୀର୍ଷକ ଉକ୍ତ ଆଲୋଚନାଚକ୍ରକୁ ମାନ୍ୟବର ବିଧାୟକ ଡ.ଅରୁଣ କୁମାର ସାହୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ମଣ୍ଡଳ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ,ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ କମଳିନୀ ବେହେରା,ରାଜ୍ୟ ଶିକ୍ଷକସଂଘ ମହାସଚିବ ଜ୍ୟୋତିରଞ୍ଜନ ଦାଶ ସମେତ ଅତିଥିମାନଙ୍କ ସହ ଜିଲ୍ଲା ଶିକ୍ଷକସଂଘ ସାଧାରଣ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର,ଏକ୍ସକ୍ୟାଡର ସଭାପତି ଜୟକୃଷ୍ଣ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।

ସିଆରସିସି ଲଳିତ ମୋହନ ମିଶ୍ର ଜାତୀୟ ଶିକ୍ଷା ନୀତି ସମ୍ବଳିତ ଏକ ପ୍ରକଳ୍ପ ଉପସ୍ଥାପନ କରିବା ପରେ ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ନାୟକ ଏବଂ ଅବସରପ୍ରାପ୍ତ ୧୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ।ମିଳିତସଂଘ ତରଫରୁ ସମସ୍ତଙ୍କୁ ମାନପତ୍ର ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା।ବିଧାୟକ ଡ.ସାହୁ ଜାତୀୟ ଶିକ୍ଷାନୀତି ଆଧାରରେ ସରକାରୀ ବିଦ୍ୟାଳୟ ଗୁଡିକରେ ପଢୁଥିବା ଛାତ୍ରଛାତ୍ରୀମାନେ ଅଧିକ ଅଗ୍ରଗତି କରିବା ସହ ଏଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ।ଜିଲ୍ଲା ସିଆରସିସି ସଂଘ ସଭାପତି ଶ୍ରୀଧର ପରିଡ଼ା ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଶିକ୍ଷକ ଦିଲ୍ଲୀପ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।ସିଆରସିସି ଯଶୋବନ୍ତ ପଟ୍ଟନାୟକ, ରାଜେଶ କୁମାର ଷଡ଼ଙ୍ଗୀ,ଶିକ୍ଷକ ରଞ୍ଜନ କୁମାର ଦାଶ,ସଚ୍ଚିଦାନନ୍ଦ ଦାସ,ପରମାନନ୍ଦ ସ୍ୱାଇଁ,ମୋହନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।






