ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆ ଠାରେ ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ଦିବସ ଦିବସ ତଥା ଦ୍ୱିତୀୟ ସେମିଫାଇନାଲ । ଆଜିର ଖେଳ ଉତ୍ତରପଲ୍ଲୀ ମିଲନ ସଂଘ କୋଲକତା ସହିତ ସମ୍ବଲପୁର ଏକାଡେମୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ । ୭୮୬ ୟୁଥ କ୍ଲବ ସିନ୍ଦୁରିଆ, ମଣିଙ୍ଗ କ୍ଲବ ନୟାଗଡ଼ ଆଥଲେଟିକ ଆସୋସିଏସନ ଓ ନୟାଗଡ଼ କ୍ଲବ ମିଳିତ ଉଦ୍ୟମରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି ।

ସମ୍ମାନିତ ଅତିଥି ଭାବେ ରୋଟାରିଆନ ଗୋଦାବରୀ ସାହୁ, ରଜତ ମହାପାତ୍ର, ମୁଥାଗାଡିଆ ସରପଞ୍ଚ ସୁଶାନ୍ତ ପ୍ରଧାନ, ସମିତି ସଭ୍ୟ ଦିଲ୍ଲୀପ କୁମାର ହାତି, ସମାଜ ସେବୀ ତାପସ ପାଢ଼ି ପ୍ରମୁଖ ଯୋଗ ଦେଇଥିଲେ । ଇଂ. ଏସ.କେ.ଇସୁଫ, ଜାନବ ଏସ.କେ.ନଇନ ଓ ଅନୁୱାର ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଖେଳ ବେସ ଚିତାକର୍ଷକ ହୋଇଥିଲା । ଉଭୟ ଦଳ ବେସ୍ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ । ସମ୍ବଲପୁର ଏକାଡେମୀ ୧-୦ ଗୋଲରେ ବିଜୟ ଲାଭ କରି ଫାଇନାଲକୁ ଉତୀର୍ଣ୍ଣ ହୋଇଛି ।

ଶ୍ରେଷ୍ଠ ଖେଳାଳୀ ଭାବେ ସମ୍ବଲପୁର ଏକାଡେମୀର ଗୋଲ କିପର ମିଥଙ୍ଗ ଦାଇନାରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଆଜିର ଖେଳରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳର ମଜା ନେଇଥିଲେ । ଆଜିର ଖେଳର ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ପରିଚାଳନା କରୁଥିବା ବେଳେ ସହାୟକ ରେଫରୀ ଭାବେ ଶଶିକାନ୍ତ ଦାସିଆ ଓ ଦେବରାଜ ସ୍ୱାଇଁ ପରିଚାଳନା କରିଥିଲେ ।

ଚତୁର୍ଥ ରେଫରୀ ଭାବେ ଜ୍ୟୋତି ରଞ୍ଜନ ସ୍ୱାଇଁ ପରିଚାଳନା କରୁଥିବା ବେଳେ ମ୍ୟାଚ କମିଶନର ଭାବେ ଆଲୋକ ଦାସ ଖେଳ ପରିଚାଳନା କରିଥିଲେ । ଆଜି ଖେଳର ଉଦଘୋଷକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଶେଖ ଅବଦୁଲ ଖାଲ୍ଲିକ, ପ୍ରଫେସର ଆଶୁତୋଷ ମିଶ୍ର ଓ ଭାଗିରଥି ପାସା ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟକ ଦର୍ଶକ ଖେଳର ମଜା ଉଠାଇଥିଲେ । ଆସନ୍ତା ୧୯ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଫାଇନାଲ ମ୍ୟାଚ ସମ୍ବଲପୁର ଏକାଡେମୀ ବନାମ ମଙ୍ଗଳା କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହେବ । ଆସନ୍ତା କାଲି ମହିଳା ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ । ଦିବା ୩ ଘଣ୍ଟିକା ସମୟରେ କେନ୍ଦୁଝର ବନାମ କିଟ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।







