ନୟାଗଡ଼, (ବାଘୁଆବାର୍ତ୍ତା): ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ନୟାଗଡ଼ ସିରିୟସ୍ ଜୋନ ପକ୍ଷରୁ ୪ ଦିନିଆ ନାଟକ ମହୋତ୍ସବ ଅନୁଷ୍ଠିତ ହେବ । ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଏହି ନାଟକ ମହୋତ୍ସବ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟାରୁ ନାଟକ ଆରମ୍ଭ ହେବ । ଆଜି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଟକର ଶୁଭାରମ୍ଭ କରିବେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ଓ ବିଶିଷ୍ଟ ଗାଳ୍ପିକ ଇ. ଅଜୟ ମହାପାତ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ନିର୍ଦ୍ଦେଶକ ଯାମିନିକାନ୍ତ ମିଶ୍ରଙ୍କ ନାଟକ ‘ବାଞ୍ଝ’ ପରିବେଷଣ କରାଯିବ । ୧୮ ତାରିଖରେ ନାଟକ ଏବଂ କିଏ ପରିବେଷଣ କରାଯିବ । ଏହି ନାଟକଟିକୁ ବାଗଦେବୀ ଲିଟରେଚର ଟ୍ରଷ୍ଟ ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ହେବ । ୧୯ ତାରିଖରେ ନାଟକ ମାଗୁଣିର ସଡ଼କ ପରିବେଷଣ କରାଯିବ । ଦିବ୍ୟା କନକ ସ୍ରୁଜନାନୁଷ୍ଠାନ ନାଟକ ପରିବେଷଣ କରିବେ । ୨୦ ତାରିଖରେ ବାଗଦେବୀ ଲିଟରେଚର ଟ୍ରଷ୍ଟ ଭୁବନେଶ୍ୱର ପକ୍ଷରୁ ନାଟକ ଚିତ୍ର ପ୍ରତିମା ପରିବେଷଣ କରାଯିବ । ସିରିୟସ୍ ଜୋନର ସଭାପତି କିଷାନ କୁମାର ଦସ ଓ ସମ୍ପାଦକ ଯାମିନି କାନ୍ତ ମିଶ୍ର ସୁଚନା ଦେଇଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟା ବେଳେ ନାଟକ ପ୍ରେମୀମାନେ ଉପସ୍ଥିତ ରହିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି ।





