କଳାହାଣ୍ଡି, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଶ୍ରୀରାମପଡ଼ା ନିକଟରେ ଏକ ବାଇକ୍କୁ ପିକଅପ୍ ଭ୍ୟାନ୍ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ବାଇକ୍ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ମୃତକ ହେଲେ ସ୍ଥାନୀୟ ଗଣ୍ଡାମେର ଗ୍ରାମର ଗୋପାଳ ନାଏକ ଓ ନୂଆପଡ଼ା ଜିଲ୍ଲା ଅନକାପୁର ଗ୍ରାମର କିଶୋର ନାଏକ l ଗୁରୁତର ଥିବା ସୁନୁନିକୁଣ୍ଡା ଗ୍ରାମର ପ୍ରତ୍ୟୁଶ ଟୋଲଟିଆଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି l ସୂଚନାଯୋଗ୍ୟ ଯେ, ଏହି ତିନି ଜଣ ଏକ ବାଇକ୍ ଯୋଗେ ଗୋଲାମୁଣ୍ଡା ପଟୁ ବୃନ୍ଦାବହାଲ ଅଭିମୁଖେ ଆସୁଥିବା ବେଳେ ଶ୍ରୀରାମପଡ଼ା ନିକଟରେ ବିଶିଷ୍ଟ ମହିନ୍ଦ୍ରା ପିକଅପ୍ ଗାଡ଼ି ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ତିନି ଜଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ l ସ୍ଥାନୀୟ ଲୋକେ ପିକଅପ ଭ୍ୟାନ୍ ଚାଳକଙ୍କୁ ଧରି ପୋଲିସ ଜିମା ଦେଇଥିବା ଜଣାପଡିଛି l ବର୍ତ୍ତମାନ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଗୋଲାମୁଣ୍ଡା ଓ ଦଶପୁର ପୋଲିସ ପହଞ୍ଚିଥିବା ଜଣାପଡିଛି ।





