ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁବନ୍ଧ କଲ୍ୟାଣ ମଣ୍ଡପ ପାଖରେ ଆଜି ଏକ ନବ ଜାତ ଶିଶୁ କନ୍ୟାକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ନବ ଜାତ ଶିଶୁ କନ୍ୟାକୁ ଗ୍ରାମବାସୀ ଆଜି ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । କଲ୍ୟାଣ ମଣ୍ଡପଠାରୁ ହିଞ୍ଜଳଗାଡିଆ ରାସ୍ତା ପର୍ଯ୍ୟନ୍ତ ରକ୍ତ ପଡିଥିବା ଜଣା ପଡିଛି । କୌଣସି ଅଜଣା ବ୍ୟକ୍ତି ଶିଶୁ କନ୍ୟାକୁ ରାସ୍ତା କଡରେ ପକାଇଥିବା ଅନୁମାନ କରାଯାଉଛି । ନଚେତ ଉକ୍ତ ରାସ୍ତାରେ ଥିବା ଗ୍ରାମ ଗୁଡିକର କୌଣସି ମହିଳା ଏହି କାର୍ଯ୍ୟ କରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଶିଶୁ କନ୍ୟାକୁ ନେଇ ନୟାଗଡ଼ ପୂର୍ବରୁ ବିବାଦ ଭିତରେ ରହିଥିଲେ ମଧ୍ୟ ଆଜିବି କାହିଁକି ଶିଶୁ କନ୍ୟାକୁ ଅଲଗା କରାଯାଉଛି ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।






