ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ବ୍ଲକ ଅନ୍ତର୍ଗତ ଇଟାମାଟି ଗ୍ରାମ ନହରସାହି ର ବ୍ୟବସାୟୀ କାଶୀନାଥ ସାହୁ ଙ୍କ ର (୭୪) ବର୍ଷ ରେ ପରଲୋକ ଘଟିଛି ଜ୍ଝ କାଶୀନାଥ କିଛି ଦିନ ଧରି ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାହେଉଥିଲେ । ଗ୍ରାମ ଶ୍ମଶାନ ରେ ତାଙ୍କ ର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ତାଙ୍କ ଜ୍ୟେଷ୍ଠ ପୁତ୍ର ପୂର୍ଣ୍ଣଚନ୍ଦ୍ର ମୁଖାଗ୍ନି ଦେଇଥିଲେ । ସେ ଜଣେ ପରୋପକାରୀ, ଗ୍ରାମ ର ୱାର୍ଡ ମେମ୍ବର ଓ ନିଜର ଭଲ ସ୍ୱାଭାବ ଯୋଗୁ ପିଲା ଠାରୁ ବୟସ୍କ ଙ୍କ ପର୍ଯ୍ୟନ୍ତ ସେ ସମସ୍ତ ଙ୍କ ର ପ୍ରିୟ ପାତ୍ର ଥିଲେ । କାଶୀନାଥ ଙ୍କ ପରଲୋକ ରେ ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସାଙ୍ଗ କୁ ଶହ ଶହ ଲୋକ ଶ୍ମାଶନ ରେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ, କିଶୋର ନାୟକ, ଉମେଶ ଚନ୍ଦ୍ର ସାହୁ, ସମାଜସେବୀ ଭାଗିରଥି ବାଇ, ତାଙ୍କ ମୃତ୍ୟୁ ରେ ଶୋକ ପ୍ରକାଶ କରିଛନ୍ତି ।





