ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଶୀତ କମିଥିବା ବେଳେ ଅନେକ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି। ଘନ କୁହୁଡି ହେତୁ ଦୁର୍ଘଟଣା ଘଟୁଥିବାର ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି।। ଉତ୍ତର ପ୍ରଦେଶର କନ୍ନୋଜ ଜିଲ୍ଲା ତାଲଗ୍ରାମ୍ ଆଗ୍ରା ଏକ୍ସପ୍ରେସ୍ ଓ୍ୱେରେ ଶନିବାର ଘନ କୁହୁଡି ହେତୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତ ହୋଇଥିବା ସମସ୍ତ ଯାତ୍ରୀ ଲକ୍ଷ୍ମୀପୁରରୁ ମେହଦୀପୁର ବାଲାଜୀ ଦର୍ଶନ କରିବାକୁ ଯାଉଥିଲେ। ପ୍ରବଳ କୁହୁଡି ପଡ଼ିଥିବାରୁ ରାସ୍ତାରେ ଏକ ଟ୍ରକ ଛିଡ଼ା ହୋଇଥିବା ଜାଣି ପାରି ନଥିଲେ କାର ଚାଳକ। ଦ୍ରୁତଗତିରେ କାର ଥିବା ବେଳେ ଛିଡ଼ା ହୋଇଥିବା ଟ୍ରକ ସହିତ ଧକ୍କା ଖାଇ ଟ୍ରକ ଭିତରକୁ ପଶିଯାଇଥିଲା। କାର ଭିତରେ ଥିବା ୬ଜଣ ଯାତ୍ରୀଙ୍କ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା।





