ନୟାଗଡ଼, (ବାଘୁଆବାର୍ତ୍ତା) : ତ୍ରିକୁଟ ମହାବୀର ପୀଠରେ ତିନିଦିନ ଧରି ଚାଲିଥିବା ହନୁମାନ ଯଜ୍ଞ ଆଜି ପୂର୍ଣ୍ଣାହୁତି ହୋଇଛି । ନୟାଗଡ ସହରର ଜଜାଙ୍ଗି ସାହିରେ ପୂଜା ପାଉଥିବା ତ୍ରିକୁଟ ମହାବୀର ପୀଠରେ ବ୍ରାହ୍ମଣସମାଜ ପକ୍ଷରୁ ଗତ ୨୨ବର୍ଷ ହେଲା ଶାନ୍ତି ପ୍ରତିଷ୍ଠା ଏବଂ ସମାଜର ମଙ୍ଗଳ ପାଇଁ ମକରସଂକ୍ରାନ୍ତି ସମୟରେ ପ୍ରତ୍ଯେକ ବର୍ଷ ଏହି ଯଜ୍ଞର ଆୟୋଜନ କରାଯାଇଥାଏ । ଚଳିତବର୍ଷ ଗତ ୧୧ତାରିଖରେ ଅଙ୍କୁରାରୋପଣ, ୧୨ତାରିଖରେ ଜଳଯାତ୍ରା ଏବଂ ପୂଜା ହୋମ ଆରମ୍ଭ କରାଯାଇ ଆଜି ସନ୍ଧ୍ୟାରେ ପୂର୍ଣ୍ଣାହୁତି ହୋଇଛି ।

ଏହି ଯଜ୍ଞରେ ଆଖପାଖର ଶହଶହ ଭକ୍ତ ଯୋଗଦେଇ ଠାକୁରଙ୍କ ଆର୍ଶୀବାଦ ପ୍ରାପ୍ତି ଲାଭ କରିଛନ୍ତି । ପୂର୍ଣ୍ଣାହୁତି ଦିନ ସ୍ଥାନୀୟ ବିଧାୟକ ଅରୁଣ ସାହୁ ଯଜ୍ଞସ୍ଥଳକୁ ଆସି ଠାକୁର କୃପା କାମନା କରିଥିଲେ । ନିଉଟାଉନ୍ ବ୍ରାହ୍ମଣ ସମାଜ ସଭାପତି ଭଗବାନ ଆଚାର୍ଯ୍ଯ, ସଦସ୍ଯ ନିଶାମଣି ମିଶ୍ର, ପ୍ରଭାତ କୁମାର ଷଢଙ୍ଗୀ, ପ୍ରମୋଦ ନନ୍ଦଙ୍କ ସମେତ ସମାଜର ଶତାଧୀକ ସଦସ୍ଯ ଏହି କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ । ଏହିଅବସରରେ ସଂନ୍ଧ୍ଯାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।





