ନୟାଗଡ଼, (ବାଘୁଆବାର୍ତ୍ତା) : ଚାନ୍ଦପୁର ଥାନା ଅଧୀନସ୍ଥ ଚମ୍ପାଗଡ଼ରେ ପୋଖରୀରେ ବୁଡି ୧୧ ବର୍ଷିୟ ବାଳକ ର ମୃତ୍ୟୁ। ଖୋର୍ଦ୍ଧା ଜିଲ୍ଲା ନୂଆଗଡ଼ ଗ୍ରାମ ପଞ୍ଚାୟତର ଭଗବାନ ଚମ୍ପତିଙ୍କ ସହ ତାଙ୍କ ପୁତ୍ର ଶୁଭଙ୍କର ଚମ୍ପତି ୧୧ ବର୍ଷିୟ ସନ୍ତାନକୁ ନେଇ ଚମ୍ପାଗଡ଼ ସ୍ଥିତ ମାମୁଁ ଘରକୁ ଆସିଥିଲେ । ଶୁଭଙ୍କର ଝାଡ଼ା ଯାଉଛି କହି ଘରୁ ବାହାରି ଯାଇଥିଲେ । ପରବର୍ତ୍ତୀ ସମୟରେ ଶୁଭଙ୍କର ଫେରିବା ବିଳମ୍ବ ହେବାପରେ ଖୋଜାଖୋଜି କରିଥିଲେ। ପରିବାର ଲୋକ ଉପାୟ ନପାଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଖବର ପାଇ ଚମ୍ପାଗଡ଼ ରେ ପହଁଞ୍ଚିବା ପରେ ତିନୋଟି କୂଅ ଖୋଜିଥିଲେ ସେଠାରେ ନମିଳିବାରୁ ସନ୍ଦେହ କରି ପୋଖରୀରେ ଖୋଜା ଖୋଜି ପରେ ଶୁଭଙ୍କର ମୃତ ଦେହ ମିଳିଥିଲା। ତେବେ ଶୁଭଙ୍କର କୁ ଚାନ୍ଦପୁର ସ୍ଥିତ ଡାକ୍ତରଖାନା ବସନ୍ତ ମଞ୍ଜରି ସ୍ୱାସ୍ଥ୍ୟ ନିବାସକୁ ଆଣିବା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଶୁଭଙ୍କର ଶୌଚ ହେବାକୁ ଯାଇ ଗୋଡ ଖସିଯିବାରୁ ପୋଖରି ଭିତରେ ଥଳକୂଳ ପାଇନଥିଲେ ମୃତ୍ୟୁ ମୁଖକୁ ଠେଲି ହୋଇଯାଇଥିଲେ।





