ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଉପଲକ୍ଷେ ସମସ୍ତ ମନ୍ଦୀର ମାନଙ୍କରେ ଗହଳୀ ଲାଗି ରହିଛି । ନୟାଗଡ଼ର ଅଧୀଷ୍ଠିତ୍ରୀ ମା’ ଦକ୍ଷିଣକାଳୀଙ୍କ ପୀଠରେ ଆଜି ପ୍ରବଳ ଭକ୍ତଙ୍କ ଭିଡ଼ ଜମିଛି । ଅନେକ ଲୋକ ଗାଡି ପୂଜା କରିବା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି । ମନ୍ଦୀର ବାହାରେ ୫୦ରୁ ଉର୍ଦ୍ଧ୍ୱ ଗାଡି ରହିଥିବା ବେଳେ ବାହାର ରାସ୍ତାରେ ଟ୍ରାଫିକ ଜାମ ହୋଇଛି । ଯାତାୟତ କରିବା ଠପ ହୋଇଯାଇଛି ।





