ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବାଇ-ଲକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱ୍ୟୁଟି କରିଥିବା ଜଣାପଡ଼ିଛି । ଏକାମ୍ରକ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ମନ୍ଦିର ଓ ଗ୍ରହ୍ମେଶ୍ଚର ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର କରିବା ନେଇ କେନ୍ଦ୍ର ସରକାରଙ୍କୁ ଟ୍ୱୁଟି କରିବା ସହିତ କେନ୍ଦ୍ର ସରକାର ପ୍ରସ୍ତାବିତ ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନିଅନ୍ତୁ ବୋଲି ଟ୍ୱ୍ୟୁଟିରେ ଲେଖିଛନ୍ତି । ବାଇ-ଲ ପ୍ରତ୍ୟାହାର କରିବା ପାଇଁ ଓଡ଼ିଆ ସାସଂଦମାନେ କେନ୍ଦ୍ର ଆଗରେ ପ୍ରସଙ୍ଗ ଉଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି ।





