ନୟାଗଡ଼, (ବାଘୁଆବାର୍ତ୍ତା): ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ନୟାଗଡ଼ ଜିଲ୍ଲା ଶାଖା ଦ୍ଵାରା ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ଶ୍ରୀ ରାମକୃଷ୍ଣ ଆଦର୍ଶ ବିଦ୍ୟାଳୟ, ନୟାଗଡ଼ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ନାୟକ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥିଭାବେ ପଦ୍ମ ଭୂଷଣ ଶିଳ୍ପୀ ସୁଦର୍ଶନ ସାହୁ ଯୋଗଦେଇ ଶିଶୁମାନେ ସ୍ବାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ସମ୍ଭାଗ ସଂଯୋଜକ ତଥା ତିରୁପତି ସଂସ୍କୃତ ବିଶ୍ଵବିଦ୍ୟାଳୟର ସଂସ୍କୃତ ପ୍ରାଧ୍ୟାପକ ଡ: ସତ୍ୟନାରାୟଣ ଆଚାର୍ଯ୍ୟ ଯୋଗଦେଇ ବିବେକାନନ୍ଦଙ୍କ ବାଣୀ ର ମହନୀୟତା ବିଷୟରେ କହିଥିଲେ। ଏହି ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଭାଗ ନେଇ ଥିବା ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କନିଷ୍ଠ ବିଭାଗରେ ତନ୍ମୟ କୁମାର ପରିଡା, ସ୍ନେହାଲି ପ୍ରିୟଦର୍ଶିନୀ ସାହୁ ଓ ବରିଷ୍ଠ ବିଭାଗରେ ପ୍ରତ୍ୟାଶା ଆଚାର୍ଯ୍ୟ, ଇପ୍ସିତା ବେହେରା, ସନ୍ତୋଷ କୁମାର ମୁଦୁଲି ଯଥାକ୍ରମେ ୧ମ, ୨ୟ ୩ୟ ସ୍ଥାନ ଅଳଙ୍କୃତ କରିଥିଲେ । ସଂପାଦକ ନିରଞ୍ଜନ ନାୟକ ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଧର ସାହୁ ଯୋଗ ଦେଇ କାର୍ଯକ୍ରମ ସଂଯୋଜନା କରିଥିଲେ। ଯୁଗ୍ମ ସମ୍ପାଦକ ଡ଼: ସନ୍ତୋଷ କୁମାର ସାହୁ ଯୋଗ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।





