ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ୨୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଆରଏମସି ପରିସରରେ ୧୬ କୋଟି ୭୭ ଲକ୍ଷ ୪୧ ହଜାର ଟଙ୍କାରେ ନିର୍ମିତ ହୋଇଥିବା ଉପଖଣ୍ଡ ଚିକିତ୍ସାଳୟ, ୮୫ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟରେ ନିର୍ମିତ ନେତାଜୀ ପାର୍କ, ୩ କୋଟି ୨୧ ଲକ୍ଷ ୭୬ ହଜାର ଟଙ୍କାରେ ନିର୍ମିତ ବସ ଟର୍ମିନାଲ, ୧ କୋଟି ୧୩ ଲକ୍ଷ ୧୧ହଜାର ଟଙ୍କାରେ ଅତ୍ୟାଧୁନିକ ଆମିଷ ବଜାର ଓ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବରିଷ୍ଠ ନାଗରିକଙ୍କ ପାଇଁ ଚିତବିନୋଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।





