Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦ ମାସ ତଳେ ହୋଇଥିଲା ବାହାଘର, ଯୌତୁକ ପାଇଁ ମାରିଦେଲେ

by ସଞ୍ଜୟ ସ୍ୱାଇଁ
January 12, 2025
in Crime, State
୧୦ ମାସ ତଳେ ହୋଇଥିଲା ବାହାଘର, ଯୌତୁକ ପାଇଁ ମାରିଦେଲେ
120
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ପାଟପୁର ଥାନା କଲରାପଦର ଗାଁରେ ଜଣ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ପୁଷ୍ପା ସାହୁ। ପ୍ରାୟ ୧୦ ମାସ ତଳେ ଶେରଗଡ଼ ଥାନା ଚିକିଲି ଗାଁର ଗଙ୍ଗାଧର ସାହୁଙ୍କ ଝିଅ ପୁଷ୍ପା କଲରାପଦର ଗାଁର ପ୍ରଭାକର ସ୍ୱାଇଁଙ୍କ ପୁଅ ରାଜେନ୍ଦ୍ରଙ୍କୁ ବାହା ହୋଇଥିଲେ। ଗଙ୍ଗାଧରଙ୍କ କହିବା ଅନୁଯାୟୀ, ବାହାଘର ସମୟରେ ଝିଅର ଶ୍ୱଶୁର ଘର ଲୋକଙ୍କ ଦାବି ମୁତାବକ ସମସ୍ତ ଜିନିଷ ଦିଆଯାଇଥିଲା। କିନ୍ତୁ ବାହାଘରର କିଛି ମାସ ପରେ ଯୌତୁକ ବାବଦକୁ ୨୦ ହଜାର ଟଙ୍କା ଦେବା ପାଇଁ ସେମାନେ କହିଥିଲେ। କିନ୍ତୁ ତାହା ଦିଆଯାଇପାରି ନଥିଲା। ସେଥିପାଇଁ ଶ୍ୱଶୁର ଘର ଲୋକେ ଝିଅକୁ ନିର୍ଯାତନା ଦେଇ ଆସୁଥିଲେ। ଆଉ ଶେଷରେ ଗତକାଲି ବିଳମ୍ବିତ ରାତିରେ ସେମାନେ ଝିଅକୁ ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୁଷ୍ପାଙ୍କ ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ପାଟପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ପୁଷ୍ପାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!