ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆଜି କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ମୂଲ୍ୟାଙ୍କନ କରିଛନ୍ତି । କେନ୍ଦ୍ର ସରକାର ଲୋକମାନଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡ ଉନ୍ନତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଠାରୁ ଆରମ୍ଭ କରି ଜାତୀୟ ପେନସନ ଭଳି ବହୁବିଧ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସମସ୍ତ ଯୋଜନା ର ତଦାରଖ ପାଇଁ ନିତି ଆୟୋଗ ଗଠନ କରାଯାଇଛି। ଏକାଧିକ କେନ୍ଦ୍ରୀୟ ଯୋଜନା ହାସଲ କରି କିଭଳି ଭାବେ ଲୋକମାନଙ୍କର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ଘଟିଛି ତାହାର ମୁଲ୍ୟାଙ୍କନ ପାଇଁ ଏକ ପାଇଲଟ୍ ଷ୍ଟଡି ଆରମ୍ଭ କରିଛି।

ଏନେଇ ଭାରତ ସରକାର ଙ୍କ ଅତିରିକ୍ତ ସଚିବ ଗୀତାଞ୍ଜଳି ନାୟକଙ୍କ ଚିଠି ଅନୁସାରେ ଏକ ଘରୋଇ ରିସର୍ଚ୍ଚ ଓ ଯୋଗାଯୋଗ ସଂସ୍ଥା କୁ ଦାୟିତ୍ଵ ଦିଆଯାଇଛି। ଏହି ସଂସ୍ଥା ୨୦ ଟି ପରିବାର ଯେକି ଏକାଧିକ କେନ୍ଦ୍ରୀୟ ଯୋଜନା ହିତାଧିକାରୀ ଙ୍କୁ ଭେଟି ସାମାଜିକ ଓ ଆର୍ଥିକ ମାନଦଣ୍ଡ ଉନ୍ନତି, ଯୋଜନା ର ରୂପାୟନ ସଂପର୍କରେ ମୁଲ୍ୟାଙ୍କନ କରି ନିତି ଆୟୋଗ ଙ୍କୁ ରିପୋର୍ଟ ପ୍ରଦାନ କରିବେ। ହିତାଧିକାରୀ ମାନଙ୍କର ଏକ ବୈଠକ କରି କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ବୁଝାଇ ମତାମତ ସଂଗ୍ରହ କରିବେ ।ସେହି ଘରୋଇ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହିମାଂଶୁ ଶେଖର ପୁଷ୍ଟି ଙ୍କ ନେତୃତ୍ବରେ କିଛି ରିସର୍ଚ୍ଚ ପ୍ରତିନିଧି ନୟାଗଡ଼ ରଣପୁର ବ୍ଲକ୍ ବ୍ରଜରାଜପୁର ଗ୍ରାମ ପଞ୍ଚାୟତ ଲତାର ଗ୍ରାମରେ ଜାନୁଆରୀ ୧୨ ତାରିଖ ଦିବା ୧୧ ଟା ପହଞ୍ଚିଥିଲେ।

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର କିଛି ଦାୟୀତ୍ବ ନଥିଲେ ମଧ୍ୟ ତାଙ୍କ ସହାୟତାରେ ଏହି ଘରୋଇ ସଂସ୍ଥାର ପ୍ରତିନିଧି ମାନଙ୍କୁ ସ୍ୱାଗତ କରାଯାଇଥିଲା। ଅତିରିକ୍ତ ସହକାରୀ ଯନ୍ତ୍ରୀ ଶସୀରେଖା ଯେନା, କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ସାହୁ, ସରପଞ୍ଚ ସ୍ୱର୍ଣ୍ଣଲତା ପାତ୍ର ଓ ସମିତି ସଭ୍ୟା ପ୍ରେମଲତା ସେନାପତି ଉପସ୍ଥିତ ରହି ସ୍ବାଗତ କରିଥିଲେ। ପ୍ରତିନିଧି ମାନେ ଏକାଧିକ କେନ୍ଦ୍ରୀୟ ଯୋଜନା ର ହିତାଧିକାରୀ କିଶୋର ରାୟ,ଦାସରଥି ବେହେରା, କୃଷ୍ଣଚନ୍ଦ୍ର ଜେନା, ସବିତା ସାହୁ, ଦୁତି ବେୱ।, ସାରଙ୍ଗଧର ପରିଡ଼ା,ଯଦୁ ପରିଡ଼ା, ମେଘମାଳା ପ୍ରଧାନ, ଶୈଳବାଳା ଶତପଥି ଓ ପ୍ରଭାତୀ ଦଳବେହେରା ଙ୍କ ପରିବାର କୁ ଭେଟି ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲେ। ଶେଷରେ କେନ୍ଦ୍ରୀୟ ଯୋଜନା ର ସଫଳତା ଉପରେ ବୈଠକ କରି ଫେରିଥିଲେ।





