ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସ୍ବାସ୍ଥ୍ୟ ଓ ରକ୍ତଦାନ ଶିବିର ଇଟାମାଟି ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସମ୍ପାଦକ CRCC ସନ୍ତୋଷ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଶିବିର କରାଯାଇଛି । ଏହି କାର୍ଯ୍ୟକ୍ରମ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଅଞ୍ଚଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀ ଯୁବାବର୍ଗ ଙ୍କୁ ଆକୃଷ୍ଟ କରିବା ସହିତ ସମାଜର ହିତ ପାଇଁ କରାଯାଇଥିଲା । ଏଥି ନିମନ୍ତେ ଶ୍ରୀ ସାହୁ ଙ୍କୁ ସବୁ ମହଲ ରୁ ଶୁଭେଛା ମିଳିଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଭାଗିରଥି ବାଇ , ଦାମୋଦର ସାହୁ, ଶିକ୍ଷକ ଶିକ୍ଷୟିତ୍ରୀ, କବି ତଥା ପ୍ରଧାନ ଶିକ୍ଷୟିତ୍ରୀ ଉଷା ମିଶ୍ର ,ଅଶୋକ ମଲ୍ଲ ,ଏସ ମାର୍ଥା ତଥା Odisha state brigade school, Itamati ର ଅଧ୍ୟକ୍ଷ ସବିତା ସାହୁ ମଧ୍ୟ ସହଯୋଗ କରିଥିଲେ। ପାଠପଢା ସହିତ ସାମାଜିକ କାର୍ଯ୍ୟ ଓ ସଚେତନ PTA ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରହିବା ସହିତ ଆଗାମୀ ଦିନକୁ ଅନେକ ସେବା କରିବା ପାଇଁ ଯୁବବର୍ଗ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରେରଣା ଦେଇଥିଲେ । ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।





