ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଭେଙ୍କଟେଶ୍ୱର ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସହକର୍ମୀ, ପରିଚାଳନା କମିଟିର ନିର୍ଦ୍ଦେଶକ, ସଭାପତି ଓ ସମସ୍ତ ସଦସ୍ୟବୃନ୍ଦ ବିଦ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ତ୍ରିନାଥ ଛକ ନିକଟସ୍ଥ ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ଶ୍ରୀରାମ ମନ୍ଦିରରେ ପୂଜା ଅର୍ଚ୍ଚନା ପୂର୍ବକ ଏକ ମଶାଲ ଶୋଭାଯାତ୍ରାରେ ନୟାଗଡ଼ ଷ୍ଟାଡିୟମରେ ପହଞ୍ଚିଥିଲେ । ମସାଲ ସ୍ଥାପନ, କ୍ରୀଡା ପତାକା ଉତ୍ତୋ ଳନ ଓ ମାର୍ଚ୍ଚ ପାଷ୍ଟ ସହ ଅଭିବାଦନ ଗ୍ରହଣ ସମାପନ ହୋଇଥିଲା ।

ବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ସୁଧୀର କୁମାର ମହାପାତ୍ର କ୍ରୀଡାର ଉପଯୋଗୀତା ଓ ସମସ୍ତ ନୀତିନିୟମ ପାଳନର ଶ୍ରେୟତା ସମ୍ପର୍କରେ ଉପଦେଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଶିକ୍ଷା ଓ କ୍ରୀଡା କିପରି ଅଙ୍ଗାଙ୍ଗି ଭାବେ ଜଡିତ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ ।

କ୍ରୀଡା ଶିକ୍ଷକ ରାଜିବ ସାରଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତତ୍ତ୍ୱାବଧାନରେ ଶ୍ୟଙ୍ଖଳାର ସହ ସମସ୍ତ ପ୍ରତିଯୋଗିତା ସମାପନ ହୋଇଥିଲା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଜଳପାନର ବ୍ୟବସ୍ଥା ହୋଇଥିଲା । ମଶାଲ ଶାନ୍ତି କରଣ ସହ ପତାକା ଅବତରଣ ଓ ହସ୍ତାନ୍ତର ଯଥାବିଧି ପାଳିତ ହୋଇଥିଲା । ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ତଥା ଉପଦେଷ୍ଟା ଶ୍ରୀ ଅମୁଲ୍ୟ କୁମାର ଦାସ ସଭିଙ୍କ ଆନ୍ତରୀକ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।







