Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଣିକି କେନ୍ଦ୍ର ସରକାରୀ ଚାକିରିଆଙ୍କୁ ମିଳିବ ୪୨ ଦିନ ଛୁଟି

by ସଞ୍ଜୟ ସ୍ୱାଇଁ
January 11, 2025
in NATIONAL NEWS, State
ଏଣିକି କେନ୍ଦ୍ର ସରକାରୀ ଚାକିରିଆଙ୍କୁ ମିଳିବ ୪୨ ଦିନ ଛୁଟି
201
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ସରକାରୀ ଚାକିରି କରିଛନ୍ତି କି ? ତାହାଲେ ଆପଣଙ୍କ ଲାଗି ଏହା ବଡ଼ ଖବର । କାରଣ ଏଣିକି ଆପଣ ନେଇପାରିବେ ୪୨ଦିନର ଛୁଟି । ଅବଶ୍ୟ ଏହା ସମସ୍ତ ସରକାରୀ କର୍ମଚାରୀଙ୍କ ଲାଗି ଲାଗୁ ହୋଇନି କିନ୍ତୁ ଅନେକ କର୍ମଚାରୀଙ୍କ ଲାଗି ହୋଇଛି । ଯାହାକୁ ନେଇ ବଡ଼ ଚର୍ଚ୍ଚା । ଯଦି ଆପଣ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଛନ୍ତି ତାହାଲେ ନିଶ୍ଚିତ ଭାବରେ ଏହାର ଲାଭ ଆପଣ ପାଇପାରିବେ । କଥାହେଲା, ଯେଉଁ କେନ୍ଦ୍ରୀୟ କର୍ମଚାରୀମାନେ ଅଙ୍ଗଦାନ କରିବାକୁ ଯାଉଛନ୍ତି ସେମାନେ ୪୨ ଦିନର ଛୁଟି ପାଇପାରିବେ । ଏନେଇ ନାସନାଲ ଅର୍ଗାନ୍‌ ଓ ଟିସୁ ଟ୍ରାନ୍ସପ୍ଲାଟ ଅର୍ଗାନାଇଜେସନ ଏନେଇ ସବିଶେଷ ତଥ୍ୟ ଦେଇଛି । ହେଲେ ଯେଉଁମାନେ ଘରୋଇ କ୍ଷେତ୍ରରେ କାମ କରୁଛନ୍ତି ସେମାନେ କିନ୍ତୁ ଏହି ସୁବିଧା ପାଇପାରିବେ ନାହିଁ । ଅବଶ୍ୟ ସେମାନଙ୍କ କମ୍ପାନୀର ପଲିସିରେ ଯଦି ସଂଶୋଧିତ କରାଯାଏ ତାହାଲେ ସେମାନେ ପାଇପାରନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ତାଲିମ ବିଭାଗ ପକ୍ଷରୁ ବି ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ନାସନାଲ ଅର୍ଗାନ୍‌ ଓ ଟିସୁ ଟ୍ରାନ୍ସପ୍ଲାଟ ଅର୍ଗାନାଇଜେସନର ମୁଖ୍ୟ କହିଛନ୍ତି, ପୂର୍ବରୁ ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ଏହାସହ ଏନେଇ ୱେବସାଇଟ୍‌ରେ ବି ସମସ୍ତ ତଥ୍ୟ ଅପଲୋଡ୍‌ କରାଯାଇଥିବା ଜଣାପଡ଼ିଛି । କଥା ହେଲା, ଅଙ୍ଗଦାନ କରିବା ପରେ ଡୋନର ଜଣଙ୍କ ଶାରୀରିକ କ୍ଷେତ୍ରରେ ଦୁର୍ବଳ ହୋଇ ପଡନ୍ତି । ଏନେଇ ମେଡ଼ିକାଲରେ ବି ତାଙ୍କୁ ଅନେକ ଦିନ ରହିବାକୁ ପଡ଼େ । ଏହି ସମୟରେ ଯେତିକି ଦିନ ଛୁଟି ମିଳେ ସେତିକିରେ ଡୋନର ଜଣକ ସଂପୂର୍ଣ୍ଣ ସୁସ୍ଥ ହୋଇନଥାନ୍ତି । ତେଣୁ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ଛୁଟି ଅବଧିକୁ ବଢାଇ ଦେଇଥିବା ସୂଚନା ମିଳିଛି । କାରଣ ଡୋନରମାନେ ଏନେଇ କେନ୍ଦ୍ର ସରକାରଙ୍କୁ ଅପିଲ କରିଥିଲେ । ଏବଂ କେନ୍ଦ୍ର ସରକାର କମିଟି ଗଠନ କରିବା ପରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଥିବା କୁହାଯାଉଛି । କେନ୍ଦ୍ର ସରକାରଙ୍କ ଆଦେଶ ଅନୁସାରେ, ଯେଉଁ କେନ୍ଦ୍ରୀୟ କର୍ମଚାରୀମାନେ ଅଙ୍ଗଦାନ କରୁଛନ୍ତି ସେମାନେ ବିଭିନ୍ନ ପ୍ରକାର ସର୍ଜରୀର ସାମ୍ନା କରନ୍ତି । ତେଣୁ ଛୁଟିର ଆବଶ୍ୟକତା ରହିଛି । କୁହାଯାଉଛି କି, ୨୦୨୩ ମସିହାରୁ ଏ ନିର୍ଦ୍ଦେଶନାମା ଜାରି ହୋଇଛି । କୁହାଯାଇଛି, ସରକାରୀ ସ୍ବୀକୃତିପ୍ରାପ୍ତ ମେଡିକାଲର ଡାକ୍ତରଙ୍କ ରିପୋର୍ଟ ଆଧାରରେ ଏହି ଛୁଟି ନେଇପାରିବେ ଅଙ୍ଗଦାନକାରୀ । ଅପରେସନ୍‌ ଏବଂ ତାହାର କିଛିଦିନ ପୂର୍ବରୁ ଛୁଟି ଉପଲବ୍ଧ ହୋଇପାରିବ । ନାସନାଲ ଅର୍ଗାନ୍‌ ଓ ଟିସୁ ଟ୍ରାନ୍ସପ୍ଲାଟ ଅର୍ଗାନାଇଜେସନ ଜାତୀୟ ସ୍ତରରେ ଅଙ୍ଗଦାନକାରୀଙ୍କ ପାଇଁ କାମ କରେ । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରଣାଳୟ ଅଧୀନରେ ଏହି ବିଭାଗ କାମ କରୁଛି । ତେଣୁ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମନ୍ତ୍ରଣାଳୟ ଯେଉଁ ଛୁଟି ଘୋଷଣା କରିଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଏପଟେ ଏ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ପରେ ଘରୋଇ ସଂସ୍ଥାରେ ବି ଏହି ଆଇନ ଲାଗୁ ହେବା ନେଇ ଦାବି ଜୋର ଧରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!