ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଦୀର୍ଘ ୭ଦିନ ଧରି କଟାମୁଣ୍ଡକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ଆଜି ଜବନିକା ପଡ଼ିଛି । ପୁଲିସ କଟାମୁଣ୍ଡର ହତ୍ୟାକାରୀକୁ ଗିରଫ କରିଥିବା ବେଳେ ଆଜି କଟାମୁଣ୍ଡଟିକୁ ପାଇଥିବା ନେଇ ପୁଲିସ କମିଶନର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି । ଭୁବନେଶ୍ୱର ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କଟାମୁଣ୍ଡକୁ ନେଇ ମହାଖୁଲାସା କରିଛନ୍ତି । ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ଥିଲା । ମୁଣ୍ଡ ବିହୀନ ମୃତ ଶରୀରର ପରିଚୟ ଜାଣିବା ଆମ ପାଇଁ କଷ୍ଟସାଧ୍ୟ ଥିଲା । ଯାହା ହଉ ୯ତାରିଖରେ ଉକ୍ତ ମହିଳାଙ୍କ ପରିଚୟ ହସ୍ତଗତ ହୋଇଥିଲା । ଏହାର ପାରିପାଶ୍ୱିର୍କ ତଦନ୍ତ ଆରମ୍ଭ କରିଥିଲୁ । ଏବଂ ଏହି ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ୍ ଗିରଫ୍ କରିଥିବା ବେଳେ ଅଭିଯୁକ୍ତମାନେ କହିବା ମୁତାବକ ପୁଲିସ ଓ ସାଇନଟିଫିକ୍ ଟିମ ପହଞ୍ଚି ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଥିବା ଜାଗା ଠାରୁ ଦେଢ କି.ମି ଦୁରରେ ଫିଙ୍ଗଥିବା କଟାମୁଣ୍ଡକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଏଭଳି ଜଘନ୍ୟ ହତ୍ୟା ଘଟିଥିଲା ଭୁବନେଶ୍ୱର ଅନ୍ଧାରୁଆ-ଦାସରିଆ ରାସ୍ତାରେ । ଗତ ୪ତାରିଖ ଦିନ ଅନ୍ଧାରୁଆ-ଦାସରିଆ ରାସ୍ତା କଡ଼ରେ ଥିବା ନଟିବୁଦାରୁ ମୁଣ୍ଡବିହୀନ ମୃତ ଦେହ ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ôଚ ତନାଘନା ଆରମ୍ଭ କରିଥିଲେ ମଧ୍ୟ ଡେରୀରେ ମହିଳାଙ୍କ ପରିଚୟ ପାଇଥିଲା । କଟାମୁଣ୍ଡ ବିହୀନ ମୃତ ଦେହଟି ମଞ୍ଚେଶ୍ୱର ଥାନା ଧିରକୁଟି ବସ୍ତିର ପୁଷ୍ପଲତା ରାଉତ(୨୮) । ପୁଷ୍ପଲତା ସେହି ବସ୍ତିରେ ସଞ୍ଜୟଙ୍କ ସାଙ୍ଗରେ ରହୁଥିଲେ । ତେବେ କୌଣସି କାରଣକୁ ନେଇ ସଞ୍ଜୟ ପୁଷ୍ପଲତାଙ୍କ ବେକକୁ ଚିପି ହତ୍ୟା କରିବା ପରେ ସଞ୍ଜୟଙ୍କ ସହଯୋଗୀଙ୍କ ସାଥିରେ ଅନ୍ଧାରୁଆ-ଦାସରିଆ ରାସ୍ତାକଡ଼ରେ ଶରୀରରୁ ମୁଣ୍ଡଟିକୁ ଅଲଗା କରି ଦେଢ କି.ମି ଅତିକ୍ରମ କରି ଭରତପୁର ଜଙ୍ଗଲରେ ପକାଇ ଦଶପଲ୍ଲା ଚାଲି ଯାଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଉଭୟଙ୍କୁ ଗିରଫ୍ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭବନେଶ୍ୱର ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।





