Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଡିଆର୍ ରିପୋର୍ଟ, ୨୦୨୨-୨୩ ବର୍ଷରେ ବିଜେଡିକୁ ମିଳିନି ଟଙ୍କାଟିଏ ଚାନ୍ଦା

by ସଞ୍ଜୟ ସ୍ୱାଇଁ
January 11, 2025
in NATIONAL NEWS, State
ବିଜେପି ମିଛ କହି ସରକାରକୁ ଆସିଛି : ନବୀନ ପଟ୍ଟନାୟକ
101
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି। ଚାନ୍ଦାରୁ ଜେଏମ୍‌ଏମ୍, ଜେଜେପି, ଟିଡିପି ଏବଂ ଟିଏମ୍‌ସିର ଆୟ ସର୍ବାଧିକ ବଢ଼ିଥିବା ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍) ବିଶ୍ଳେଷଣରୁ ଜଣାପଡ଼ିଛି। ଦଳଗୁଡ଼ିକ ସେମାନଙ୍କ ଆୟ ସମ୍ପର୍କିତ ରିପୋର୍ଟ ଏବଂ ଦାତାମାନଙ୍କ ବିବରଣୀ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବାରେ ବହୁ ବିଳମ୍ବ କରଥିଲେ। ମୋଟ ୫୭ଟି ଆଞ୍ଚଳିକ ଦଳ ମଧ୍ୟରୁ ମାତ୍ର ୧୮ଟି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଇସିଆଇ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ୨୮ଟି ଦଳ ମୋଟ ୨,୧୧୯ଟି ଚାନ୍ଦାରୁ ୨୧୬.୭୬୫ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି। ଅନ୍ୟ ୧୭ଟି ଦଳ ରିପୋର୍ଟ ଦାଖଲରେ ୨ରୁ ୧୬୪ ଦିନ ପର୍ଯ୍ୟନ୍ତ ବିଳମ୍ବ କରିଥିଲେ। ବିଜେଡି, ଜମ୍ମୁ-କଶ୍ମୀର ନ୍ୟାଶନାଲ କନ୍‌ଫରେନ୍ସ ସମେତ ୭ ରାଜନୈତିକ ଦଳ ଉକ୍ତ ବର୍ଷ ଚାନ୍ଦା ପାଇ ନ ଥିବା ଜଣାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍)ର ଚାନ୍ଦା ପରିମାଣ ପୂର୍ବ ବର୍ଷ ତୁଳନାରେ ୩,୬୮୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଜନନାୟକ ଜନତା ଦଳ (ଜେଜେପି) ଏବଂ ଟିଡିପି ଚାନ୍ଦା ପରିମାଣ ପୂର୍ବବର୍ଷ ତୁଳନାରେ ଯଥାକ୍ରମେ ୧,୯୯୭ ଏବଂ ୧,୭୯୫ ପ୍ରତିଶତ ବଢ଼ିଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ଏବଂ ଶିରୋମଣି ଅକାଳୀ ଦଳ ଚାନ୍ଦା ପରିମାଣ ପୂର୍ବବର୍ଷ ତୁଳନାରେ ଯଥାକ୍ରମେ ୯୯.୧ ଏବଂ ୮୯.୧ ପ୍ରତିଶତ ହ୍ରାସ ପାଇଛି। ଭାରତ ରାଷ୍ଟ୍ରସମିତି (ବିଆର୍‌ଏସ୍) ସର୍ବାଧିକ ୧୫୪.୦୩ କୋଟି ଟଙ୍କା ଚାନ୍ଦା ପାଇଥିବାବେଳେ ଏହା ପଛକୁ ୧୬ କୋଟି ଚାନ୍ଦା ପାଇ ଓ୍ବାଇଏସ୍‌ଆର୍ କଂଗ୍ରେସ ପାର୍ଟି ଦ୍ୱିତୀୟ ସ୍ଥାନରେ ଏବଂ ୧୧.୯୨ କୋଟି ଚାନ୍ଦା ସହ ତେଲୁଗୁ ଦେଶମ ପାର୍ଟି (ଟିଡିପି) ତୃତୀୟ ସ୍ଥାନରେ ରହିଛି। ବିଆର୍‌ଏସ୍, ଓ୍ବାଇଏସ୍‌ଆର୍ କଂଗ୍ରେସ, ଟିଡିପି, ଡିଏମ୍‌କେ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ମିଶି ମୋଟ ଘୋଷିତ ଚାନ୍ଦାର ୯୦.୫୬ ପ୍ରତିଶତ ପାଇଛନ୍ତି। ଅନ୍ୟପକ୍ଷରେ ୫ଟି ଆଞ୍ଚଳିକ ଦଳ ୯୬.୨ ଲକ୍ଷ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଥିବାବେଳେ ଦାତାମାନଙ୍କ ପାନ୍ ଦେଇନାହାନ୍ତି। ୩.୩୬ କୋଟି ଟଙ୍କା ଚାନ୍ଦା ଦେଇଥିବା ଦାତାମାନଙ୍କ ଠିକଣା ମିଳୁ ନ ଥିବାବେଳେ ୧୬୫.୭୩ କୋଟି ଟଙ୍କା ଚାନ୍ଦାରେ ଦାତାମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ନାହିଁ। କର୍ପୋରେଟ୍ ଏବଂ ବ୍ୟବସାୟିକ ସଂସ୍ଥାଗୁଡ଼ିକରୁ ମୋଟ ଚାନ୍ଦାର ୭୮ ପ୍ରତିଶତ ଅର୍ଥାତ୍ ୧୬୯.୨ କୋଟି ଟଙ୍କା ଆସିଥିବାବେଳେ ବ୍ୟକ୍ତିଗତ ଦାତାମାନଙ୍କଠାରୁ ୪୫.୨୪ କାଟି ଟଙ୍କା ଆସିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!