ନୟାଗଡ଼, (ବାଘୁଆବାର୍ତ୍ତା): ଓଡିଶା ଭାରତ ସ୍କାଉଟ ଗାଇଡ ଭୁବନେଶ୍ୱର ନିର୍ଦେଶକ୍ରମେ ନୟାଗଡ଼ ଜିଲ୍ଲାର ୮ଟି ବ୍ଲକ ପରି ଓଡଗାଁର ବିଭିର୍ଣ୍ଣ ବିଦ୍ୟାଳୟରେ ଭାରତ ସ୍କାଉଟ ଗାଇଡ଼ ରାଜ୍ୟପୁରସ୍କାର ଥିଓରୀ ପରୀକ୍ଷା ଅନୁଷ୍ଠିତ ହୋଇ ସାରିଛି। ଏହି ପରୀକ୍ଷା ସ୍କାଉଟ ଓ ଗାଇଡ଼ ଛାତ୍ର ଛାତ୍ରୀଙ୍କ ସର୍ବୋଚ୍ଚ ପୁରସ୍କାର ପରୀକ୍ଷା ଅଟେ। ଏହି ପରୀକ୍ଷାରେ ଯେଉଁମାନେ ଉତୀର୍ଣ୍ଣ ହୁଅନ୍ତି ସେମାନେ ପ୍ରାଟିକାଲ ପରୀକ୍ଷା ରେ ଉତୀର୍ଣ୍ଣ ହେଲାପରେ ରାଜ୍ୟପାଳଙ୍କ ଠାରୁ ମିଳିଥାଏ।

ସେହି ରାଜ୍ୟପୁରସ୍କାର ପାଇଁ ଆଜି ଥିଓରୀ ପରୀକ୍ଷା ଆନନ୍ଦସାହୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁରାଳ ରେ ୨୬ ଜଣ, ଓଡ଼ଗାଁ ଆଦର୍ଶ ବିଦ୍ୟାଳୟ, ଆଖୁପଦର ବିଦ୍ୟାଳୟରେ ୫୩ ଜଣ, ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କରେ ଉକ୍ତ ବିଦ୍ୟାଳୟରୁ ୩୦ ଜଣ ସହିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭଗବତୀପ୍ରସାଦ ରୁ ୧୨ ଜଣ, ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟରେ ୧୪ ଜଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳରେ ୬ ଜଣ, ଭୀମସେନ କୃଷିବିଦ୍ୟାପୀଠ ବାଉଁଶଗାଡ଼ିଆ ରେ ୩୧ ଜଣ, ସାରସ୍ୱତ ଲୋକବିଦ୍ୟାପୀଠ କଜଳାଇ ପଲ୍ଲୀରେ ୩୬ଜଣ, କେ ଏସ ବି ପବ୍ଲିକ ସ୍କୁଲ ରେ ୧୫ ଜଣ ଏପରି ମୋଟ ୨୭୫ ଜଣ ଛାତ୍ର ଛାତ୍ରୀ ଅନ ଲାଇନ ମାଧ୍ୟମରେ ପରୀକ୍ଷା ଦେଇଥିଲେ। ସମସ୍ତ ପରୀକ୍ଷା ସୁରୁଖୁରୁରେ ଅନୁଷ୍ଠିତ ହୋଇଥିବାବେଳେ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ସାହୁ, ଘନଶ୍ୟାମ ରାଉତ, ବିଜୟ କୁମାର ସେଠି, ସମର ଜିତ ସାହୁ, ରମାକାନ୍ତ ପ୍ରଧାନ, ଗାଇଡ଼ କ୍ୟାପଟେନ ଜ୍ୟୋତିର୍ମୟୀ ଦାସ, ସବିତା ସାହୁ,କଳ୍ପନା ପାଣିଗ୍ରାହୀ ପ୍ରଭୃତି ପରିଚାଳନା କରିଥିଲେ।





