ନୟାଗଡ଼,(ବାଘୁଆବାର୍ତ୍ତା): ବୈଷ୍ଣବଗିରି ପାହାଡ଼ ଉପରେ ବିରାଜିତ ବିଷ୍ଣୁ ମନ୍ଦିର ସମ୍ମୁଖରେ ତ୍ରିତାପ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ସୂଚନାନୁସାରେ, ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ଶରଧାପୁର ବୈଷ୍ଣବଗିରି ପର୍ଯ୍ୟଟନ କ୍ଷେତ୍ରରେ ବିରାଜିତ ହୋଇଥିବା ଶ୍ରୀ ବିଷ୍ଣୁ ମନ୍ଦିର ସମ୍ମୁଖରେ ଆସନ୍ତା ୧୬ ତାରିଖ ମଙ୍ଗଳବାର ଠାରୁ ୧୯ତାରିଖ ଶୁକ୍ରବାର ୪ଦିନ ପର୍ଯ୍ୟନ୍ତ ତ୍ରିତାପ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ୧୬ ତାରିଖ ଦିନ ବୈଷ୍ଣବଗିରି ପାହାଡ଼ ଉପରେ ଅଧିବାସ, କଳସଯାତ୍ରା, ମାତୃମଣ୍ଡଳଙ୍କ ଦ୍ୱାରା ଭଗବତ ପଠନ ଅନୁଷ୍ଠିତ ହେବ । ୧୭ ତାରିଖରେ ଗୀତାଯଜ୍ଞ, ଗୋପାଳ ସହସ୍ରନାମ ପାଠନ କରାଯିବା ସହିତ ୧୮ତାରିଖ ଦିନ ଗୀତାଯଜ୍ଞ, ଗୋପାଳ ସହସ୍ରନାମ ପଠନ କରିବା ସହିତ ଶରଧାପୁର ଗାଁର ସଂକୀ ର୍ନ ଗାୟକ ସନ୍ତୋଷ ପ୍ରଧାନଙ୍କ ଦ୍ୱାରା ସଂକୀର୍ତ୍ତନ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ୧୯ତାରିଖ ଅପରାହ୍ଣରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ । ରାତିରେ ଭୁତଡ଼ିହ କଳାକାର ମାନଙ୍କ ଦ୍ୱାରା ‘ଇନ୍ଦ୍ର କମଳା କଳି’ ପୌରାଣିକ ନାଟକ ମଞ୍ଚସ୍ଥ କରାଯିବ ବୋଲି ଆୟୋଜକ କମିଟି ତରଫରୁ ସୂଚନା ମିଳିଛି ।






