Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାପାଙ୍କୁ ମାରିଦେଲା ପୁଅ

by ସଞ୍ଜୟ ସ୍ୱାଇଁ
January 9, 2025
in Crime, State
ବାପାଙ୍କୁ ମାରିଦେଲା ପୁଅ
83
VIEWS
Share on FacebookShare on Twitter

ରାୟଗଡ଼ା, (ବାଘୁଆବାର୍ତ୍ତା): ଗୁଣି ଗାରେଡ଼ି ସନ୍ଦେହରେ ନିଜ ବାପାଙ୍କୁ ହତ୍ୟା କରିଛି ପୁଅ। ଏହି ଘଟଣା ହେଉଛି ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ରେଗେଇସିଂ ଗାଁର। ଗତ ଡିସେମ୍ବର ୧୮ ତାରିଖରେ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ ଓ ୩ ଜଣଙ୍କୁ ଗିରଫ କରିଛି। ମୃତକ ହେଲେ ଡାନିଏଲ୍ ଶବର। ତାଙ୍କ ପୁଅ ଆନ୍ଦ୍ରିୟ ଶବର ହିଁ ବାପାଙ୍କୁ ହତ୍ଯା କରିଥିବା ପୋଲିସ କହିଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଅ ସହିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ଏବଂ କୋର୍ଟ ଚାଲାଣ କରିଛି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଓ ଅନ୍ୟ ଏକ ଧାରୁଆ ଅସ୍ତ୍ର ଜବତ କରାଯାଇଛି। ପୋଲିସ କହିବା ଅନୁସାରେ ମୃତକ ଡାନିଏଲ୍ ଶବରଙ୍କ ଦୁଇଟି ପତ୍ନୀ । ପ୍ରଥମ ସ୍ତ୍ରୀର ପୁଅ ଆନ୍ଦ୍ରିୟ ସନ୍ଦେହ କରୁଥିଲା ଯେ, ଭାଇ ଫିଲିପ୍ କୁ ବାପା ଡାନିଏଲ୍ ଗୁଣି କରି ହତ୍ୟା କରିଥିଲା। ଏହାର ପ୍ରତିଶୋଧ ନେବାକୁ ସେ ଯୋଜନା କରିଥିଲା। ବାପା ଡାନିଏଲ୍ କୁ ହତ୍ୟା କରିବା ପାଇଁ ସାବତ ଭାଇର ସ୍ତ୍ରୀ ଅନୀତାର ସହଯୋଗରେ ଷଡ଼ଯନ୍ତ୍ର କରିଥିଲା ପୁଅ ଆନ୍ଦ୍ରିୟ। ଯୌତୁକକୁ ନେଇ ଅନୀତିକୁ ଡାନିଏଲ ବିଭିନ୍ନ ସମୟରେ ଆକ୍ଷେପ କରୁଥିବାରୁ ଅନୀତାର ବି ରାଗ ଥିଲା ଶ୍ବଶୁର ଉପରେ। ଆନ୍ଦ୍ରିୟ ତାର ସାଙ୍ଗ କପଳେଶ ଓ ଅନୀତା ସହିତ ମିଶି ଗତ ବାପା ଡାନିଏଲକୁ ଡିସେମ୍ଵର ୧୮ ତାରିଖରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ଓ ମୃତ ଦେହକୁ ପାହାଡ଼ରେ ଫିଙ୍ଗି ଦେଇଥିଲେ। ପରେ ନିଜେ ଆସି ପୋଲିସରେ ଅଭିଯୋଗ କରିଥିଲା ଆନ୍ଦ୍ରିୟ। ତଦନ୍ତରୁ ପୋଲିସ ସତ ଜାଣିପାରିଥିଲା ଓ ୩ ଜଣଙ୍କୁ ଗିରଫ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!