ନୟାଗଡ଼, (ବାଘୁଆବାର୍ତ୍ତା): ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କ ଜୟନ୍ତୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଇଟାମାଟି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି କବିଙ୍କ ଜୟନ୍ତୀ ଉତ୍ସବ। ତେବେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଦୁମଣି କ୍ଲବର ମିଳିତ ଆନୁକୂଲ୍ୟରେ କବି ଯଦୁମଣି ମହାପାତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତା ସହିତ କବି ସମ୍ମିଳନୀ କରାଯାଇଥିଲା। ସନ୍ଧ୍ୟାରେ ସ୍ମୃତି ସଭା ହୋଇଥିଲା ଏହି ଅବସରରେ ମୁଖ୍ୟ ଅତିଥିଭାବେ ଦାଶ ବେନହୁର, ମୁଖ୍ୟବକ୍ତା ଶ୍ରୀଯୁକ୍ତ ସତ୍ୟାନାସ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂଦେବାଶିଷ ପଟ୍ଟନାୟକ ଓ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏହି ସଭାକୁ ପୈାରହିତ୍ୟ କରୁଥିଲେ ଯଦୁମଣି କ୍ଲବର ସଭାପତି ଅଶୋକ କୁମାର ନାୟକ। ତେବେ କବି ଯଦୁମଣି ମହାପାତ୍ରଙ୍କ ଦାୟାଦ ଭାବରେ ରୋହନ ମହାପାତ୍ର ରେ ମଞ୍ଚରେ ରହିଥିଲେ। କେବଳ ଏତିକି ନୁହେଁ କବି ଯଦୁମଣିଙ୍କ ଇଟାମାଟି ପ୍ରଧାନ ସାହି ସ୍ଥିତ ବାସଭବନ ଠାରେ ମଧ୍ୟ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଇଟାମାଟିର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ଏବଂ କବିଙ୍କର ସ୍ମୃତି ଚାରଣ କରିଥିଲେ।





