Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ‘ନୟାଗଡ଼ ପେକ୍ସ’

by ସଞ୍ଜୟ ସ୍ୱାଇଁ
January 8, 2025
in Nayagarh, State
ଜିଲ୍ଲାସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ‘ନୟାଗଡ଼ ପେକ୍ସ’
151
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଭାରତୀୟ ଡାକ ବିଭାଗ ନୟାଗଡ଼ ଡ଼ାକ ମଣ୍ଡଳ ପକ୍ଷରୁ ଦୁଇ ଦିନିଆ ପ୍ରଥମ ଜିଲ୍ଲା ସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ‘ନୟାଗଡ଼ ପେକ୍ସ – ୨୦୨୫’ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଓଡିଶା ପରିମଣ୍ଡଳ ମୁଖ୍ୟାଳୟ ନିର୍ଦ୍ଦେଶକ ଅମିତ୍ କୁମାର ଝା, ସମ୍ମାନିତ ଅତିଥି ଭାବେ ଫିଲାଟେଲଇଷ୍ଟ ଅନିଲ କୁମାର ଧିର, ଫିଲାଟେଲିଇଷ୍ଟ ଅଜୟ କୁମାର ବାରିକ, ନୟକ୍ଷଗଡ ଡାକ ମଣ୍ଡଳ ଅଧୀକ୍ଷକ ଖଗେଶ୍ଵର ମଲ୍ଲିକ ଉପସ୍ଥିତ ରହି କାର୍ୟ୍ୟ କ୍ରମକୁ ଉଦଘାଟନ କରିଥିଲେ ।

ପ୍ରଦର୍ଶନି ୧୦୦ରୁ ଉର୍ଦ୍ଧ୍ବ ଫ୍ରେମରେ ଉଭୟ ଭାରତୀୟ ଏବଂ ବିଦେଶୀ ଡାକ ଟିକେଟ, ବିରଳ ଡାକ ଟିକେଟ, ଡାକ ଉପକରଣ, ଜିଲ୍ଲା ଓ ରାଜ୍ୟ ସଂଗ୍ରାହକଙ୍କ ଦ୍ଵାରା ସଂଗୃହୀତ ଡାକ ଟିକେଟ ଇତ୍ୟାଦି ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକର ୮୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀକୁ ପରିଦର୍ଶନ କରିବା ସହ ଅନେକ କିଛି ଉପାଦେୟ ବିଷୟ ଜାଣିଥିବା ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଡାକ ବିଭାଗ ପକ୍ଷରୁ ଅନୁଷ୍ଠିତ ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଜୁନିଅର ଓ ସିନିଅର ବର୍ଗରେ ୬୦୦ରୁ ଅଧିକ ଏବଂ ନିମନ୍ତ୍ରିତ ବର୍ଗରେ ୧୬ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ ।

ନୟାଗଡ଼ ଡାକ ମଣ୍ଡଳର ଡାକ ଅଧିକ୍ଷକ ଖଗେଶ୍ୱର ମଲ୍ଲିକ ଗଣମାଧ୍ୟମକୁ ଏହି ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ବିଷୟରେ ସୂଚନା ଦେଇ କହିଛନ୍ତି ଡାକ ଟିକେଟ ସଂଗ୍ରହ ଦ୍ଵାରା ଜ୍ଞାନର ବିକାଶ ତଥା ଯୋଗଯୋଗର ବିସ୍ତାର ହୋଇ ପାରୁଛି, ତେଣୁ ପ୍ରଥମ ଥର ପାଇଁ ନୟାଗଡ଼ରେ ଅନୁଷ୍ଠିତ ଏହି ଡ଼ାକ ଟିକେଟ ପ୍ରଦର୍ଶନୀ ଦେଖିବାକୁ ବହୁ ଜନସମାଗମ ହେଉଛି । ଅନ୍ୟ ମାନଙ୍କ ମଧ୍ୟରେ ଡ଼ାକ ମଣ୍ଡଳର ସହ ଅଧିକ୍ଷକ ସପନ କୁମାର ପାଣିଗ୍ରାହୀ, ନୟାଗଡ଼ ଡାକଘରର ପୋଷ୍ଟ ମାଷ୍ଟର ପ୍ରମୋଦ କୁମାର ସେଠୀ ଏବଂ ଡ଼ାକ ଟିକେଟ ସଂଗ୍ରାହକ ଅଜିତ କୁମାର ରାଉତ ପ୍ରମୁଖ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!