Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ଆଶୁ କବି ଯଦୁମଣି ମହାପାତ୍ରଙ୍କ ଜୟନ୍ତୀ

by ସଞ୍ଜୟ ସ୍ୱାଇଁ
January 8, 2025
in Nayagarh, State
ଆଜି ଆଶୁ କବି ଯଦୁମଣି ମହାପାତ୍ରଙ୍କ ଜୟନ୍ତୀ
110
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଆଶୁ କବି ଯଦୁମଣି ମହାପାତ୍ରଙ୍କ ଜୟନ୍ତୀ । ସେ ଥିଲେ ଇଟା ଓ ମାଟିର କବି । ସେ ଥିଲେ ହସ ବିକୁଥିବା କବି । ନିରୁତା ଜୀବନରେ ହାସ୍ୟରସ ଭରି ଜୀବନକୁ ହାସ୍ୟମୟ କରିବାରେ ସେ ଥିଲେ ସିଦ୍ଧହସ୍ତ । ବିସ୍ମୟ ଓ ବିଚକ୍ଷଣ ବିନ୍ଧାଣୀ ଶବ୍ଦର ଯାଦୁଗର ଥିଲେ ଆଶୁ କବି ଯଦୁମଣି ମହାପାତ୍ର । ଯାହାଙ୍କୁ ଓଡିଶା ଉତ୍କଳ ଘଣ୍ଟ ନାଁରେ ଜାଣେ, ଶୁଣେ ଓ ପଢେ । ହାସ୍ୟକବି ଭାବେ କବି ଯଦୁମଣି ମହାପାତ୍ର ଘରେ ଘରେ ପରିଚିତ ଥିବା ବେଳେ ତାଙ୍କ କବିତାର ଠାଣି ଓ ଚତୁରତା ତାଙ୍କ ନିର୍ଭିକତାର ପରିଚୟ ଦେବା ସହ ସମାଲୋଚନାଭରା ତାଙ୍କ ସୃଜନୀ ସମାଜକୁ ଅନେକ ଶିକ୍ଷଣୀୟ ବାର୍ତ୍ତା ଦିଏ । ତେବେ ହାସ୍ୟରସର କବି ଭାବେ ଯଦୁମଣିଙ୍କୁ ଅନେକ ଜାଣିଥିବା ବେଳେ ତାଙ୍କର ଅନ୍ୟ ଏକ ପ୍ରତିଭା ବାବଦରେ ଓଡିଶାର ଅନେକ ଅଜଣା ଥିବେ । ଖାଲି ଭଲ କବିତା ନୁହେଁ ସୁନ୍ଦର ଚିତ୍ର ଆଙ୍କିବାରେ ସିଦ୍ଧହସ୍ତ ଥିଲେ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର । ଚିତ୍ର କଳା ଓ କାଷ୍ଠ ମୂର୍ତ୍ତି ନିର୍ମାଣ ନିଜ କୌଳିକ ବୃତ୍ତି ଥିବାରୁ ସେ ଏଥିରେ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ଆଉ ଏହାହିଁ ଥିଲା ତାଙ୍କ ପ୍ରତିଭାର ଅନ୍ୟ ଏକ ଫର୍ଦ୍ଦ । ଯାହା ଆଜି ବି ଅନେକଙ୍କୁ ଅଜଣା ଅଛପା । ଯଦୁମଣି ମହାପାତ୍ର କେବେହେଲେ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇ ନଥିଲେ । ନିଜର ଶାଣିତ କଲମ ମୁନରେ କବିତାର କଟାକ୍ଷ ବାଣ ମାରୁଥିଲେ । ଯାହା କି ସମାଜ ଉପଯୋଗୀ ଥିଲା । ‘ଅନ୍ଧ ଦେଶକୁ ଗଲି ଦର୍ପଣ ବିକି’, ‘ରାଜା ସିନା ପୂଜା ପାଏ ଆପଣା ଦେଶରେ କବି ପୂଜା ପାଉଥାଏ ଦେଶ ବିଦେଶରେ ’ଏବଂ ‘ଛାମୁ ଯାହା ଦେଲେ ହରଷେ’ ଆଦି ପଦ ଗୁଡିକ ଆଜି ବି ଲୋକଙ୍କ ମୁହଁରେ ଆପେଆପେ ବାହାରି ଆସେ । ଜୟନ୍ତୀରେ ଉତ୍କଳ ଘଣ୍ଟ ଯଦୁମଣିଙ୍କୁ କୋଟି କୋଟି ପ୍ରଣାମ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!