ନୟାଗଡ, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ବଲାଙ୍ଗୀର ଜାତୀୟରାଜପଥର ନୂଆଗାଁ ଥାନା ମହିପୁର ରେଲୱେ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଜଣେ ମୃତ , ଦୁଇ ଗୁରୁତର । ମୃତକ ହେଲେ ଭାଟସାହି ଗାଁର ଶତୃଘ୍ନ ବେହେରା । ଦୁଇ ଗୁରୁତର ହେଲେ ମାଙ୍କପଲ୍ଲି ଗାଁର ଶିବ ନାୟକ ଏବଂ ନିବାସୀ ରାଉତ । ଦୁଇ ଗୁରୁତରଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟ ଏବଂ ପରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି । ଶତୃଘ୍ନ , ଶିବ ଏବଂ ନିବାସୀ ଗୋଟିଏ ବାଇକରେ ନୂଆଗାଁରୁ ନୟାଗଡ ଅଭିମୂଖେ ଆସୁଥିବାବେଳେ ଓଭରବ୍ରିଜ ନିକଟରେ ଏକ ଟ୍ରାକ୍ଟର ସେମାନଙ୍କୁ ଧକ୍କା ଦେଇ ପଳାଇଯାଇଥିବା ଜଣାପଡିଛି । ଫଳରେ ଘଟଣାସ୍ଥଳରେ ଶତୃଘ୍ନଙ୍କର ମୃତ୍ଯୁ ହୋଇଥିଲା । ମହିପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା । ଧକ୍କା ଦେଇଥିବା ଟ୍ରାକ୍ଟର ଡ୍ରାଇଭର୍ ଗାଡି ଧରି ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି । ଘଟଣାପରେ ନୟାଗଡ ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।





