ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଦର୍ପଣ ପବ୍ଲିକେଶନ ପକ୍ଷରୁ ‘ଏଇମାନେ ହିଁ ନୟାଗଡ଼ ଦର୍ପଣ’ ପୁସ୍ତକର ପ୍ରଚ୍ଛଦ ଉନ୍ମୋଚନ ହୋଇଯାଇଛି । ପୁସ୍ତକ ପ୍ରଚ୍ଛଦ ଉନ୍ମୋଚନ କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟକାର ଓ ସାହିତ୍ୟିକ ବିଶ୍ୱନାଥ ମହାପାତ୍ର, ଶରତ ଆଚାର୍ଯ୍ୟ, ଗୋଦାବରୀଶ ମିଶ୍ର, ଉମେଶ ମହାପାତ୍ର, ବସିରନି ବିବି, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ, ଯଯାତି କେଶରୀ ମହାପାତ୍ର, ରାମକୃଷ୍ଣ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦର୍ପଣ ପବ୍ଲିକେଶନର କର୍ମକ ର୍ା ଯୋଗ ଦେଇଥିଲା । ନୟାଗଡ଼ ଜିଲ୍ଲାର ନାଁକୁ ସାରା ଓଡ଼ିଶାରେ ପରିଚିତ କରାଇଥିବା ବ୍ୟକ୍ତିମାନଙ୍କୁ ନେଇ ଦର୍ପଣ ପବ୍ଲିକେଶନ ନିଆରା ଏହି ପୁସ୍ତକ ପ୍ରକାଶ କରିବାକୁ ଯାଉଥିବା ସୂଚନା ମିଳିଛି ।





