ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ବିଗତ ଦିନରେ ନିର୍ବାଚନ କମିଶନଙ୍କ ପାଖକୁ ଯାଇଥିବା ସୁପାରିସକୁ ନିର୍ବାଚନ କମିଶନ ଅନୁମୋଦନ କଲାପରେ ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । କୋରାପୁଟ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ଲଗ୍ନଜିତ ରାଉତଙ୍କୁ ନୟାଗଡ଼ ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହି ଅଧିକାରୀ ଭାବେ ବଦଳି କରିଛନ୍ତି । ସେ ପୂର୍ବରୁ ନୟାଗଡ଼ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇଥିଲେ । ନୟାଗଡ଼ ବିଡିଓ ପଦ୍ମ ଚରଣ ସାହୁଙ୍କର ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ଭାବେ ନୟାଗଡ଼ ଅତିରକ୍ତ ଜିଲ୍ଲାପାଳ ନିର୍ବାଚନ ରୋଜିନା ଦାସଙ୍କର କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ସିଡିଓ ଦେବଦତ ପଣ୍ଡାଙ୍କର କୌଣସି ସ୍ଥାନକୁ ଏହି ନିର୍ଦ୍ଦେଶନାମାରେ ବଦଳି ହୋଇନାହିଁ ।





